ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ସୁଇଟ୍ ହିରୋଇନ୍‌ ଶ୍ରଦ୍ଧା କପୁରଙ୍କ ସମ୍ପର୍କରେ ଆପଣ ଯାହା ଜାଣି ନାହାନ୍ତି, ତାହା ଆମେ ଜଣାଉଛୁ…

ତିନ୍‌ ପତି, ‘ଲଭ୍‌ କା ବି ଏଣ୍ଡ୍’ ଆଶିକୀ-୨, ସ୍ତ୍ରୀ, ବତ୍ତିଗୁଲ୍‌ ମିଟର ଚାଲୁ ଓ ‘ସାହୋ’ ଭଳି ସିନେମାର ନାୟିକା ହେଉଛନ୍ତି ଶ୍ରଦ୍ଧା କପୁର।

ପିଲାଦିନେ ଶ୍ରଦ୍ଧା ଭାବୁଥିଲେ ଯେ ତାଙ୍କ ବାପା ଶକ୍ତି କପୁରଙ୍କ ପାଖରେ କୌଣସି ସୁପରପାୱାର ଅଛି, କାରଣ ଶକ୍ତି କପୁର ଅଧିକାଂଶ ସମୟରେ ସୁଟିଂ ସେଟ୍‌ରୁ ଘରକୁ ଫେରିବା ବେଳେ ଫିଲ୍ମର ଗେଟ ଅପ୍‌ରେ ହିଁ ଆସିଥାନ୍ତି। ମୁହଁରୁ ମେକଅପ୍‌ ଛଡ଼ାଇ ନଥାନ୍ତି କି, ଗେଟଅପ୍‌ ବଦଳାଇ ନଥାନ୍ତି।

 

ଶ୍ରଦ୍ଧା କପୁରଙ୍କୁ ଯେତେବେଳେ ମାତ୍ର ପନ୍ଦର ବର୍ଷ ବୟସ ହୋଇଥିଲା, ସେତେବେଳେ ତାଙ୍କୁ ଏକ ବିଗ୍‌ ବଜେଟ୍‌ ଫିଲ୍ମର ଅଫର୍ ମିଳିଥିଲା। ସେହି ସମୟରେ ଶ୍ରଦ୍ଧା ବୋଷ୍ଟନ୍‌ ୟୁନିଭର୍ସିଟିରେ ପଢ଼ୁଥିଲେ। ସେଠାରେ ଏକ ନାଟକରେ ଶ୍ରଦ୍ଧା ଅଭିନୟ କରିଥିଲେ। ସେହି ନାଟକ ଦେଖିଥିଲେ ବଲିଉଡର ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌।

ଶ୍ରଦ୍ଧା କପୁରଙ୍କ ଅଭିନୟରେ ବେଶ୍ ପ୍ରଭାବିତ ହୋଇଥିଲେ ସଲମାନ୍ ଖାନ୍‌। ସେତେବେଳେ ଦୁଇ ନିର୍ଦ୍ଦେଶକ ରାଧିକା ରାଓ ଓ ବିନୟ ସପ୍ରୁ ସଲମାନ୍‌ ଖାନ୍‌ ଷ୍ଟାରର ମୁଭି ‘ଲକି: ନୋ ଟାଇମ୍‌ ଫର୍ ଲଭ୍’ ସିନେମା ପାଇଁ ନାୟିକା ସନ୍ଧାନ କରୁଥିଲେ।

ସଲମାନ୍ ଉଭୟଙ୍କୁ ଶ୍ରଦ୍ଧା କପୁରଙ୍କୁ କାଷ୍ଟ୍ କରିବା ଲାଗି ପରାମର୍ଶ ଦେଇଥିଲେ। ତା’ପରେ ବିନୟ ସପ୍ରୁ ଓ ରାଧିକା ରାଓ ପ୍ରଖ୍ୟାତ ଅଭିନେତା ଶକ୍ତି କପୁରଙ୍କ ଘରକୁ ଯାଇ ଝିଅ ଶ୍ରଦ୍ଧାଙ୍କୁ ସଲମାନ୍‌ ଖାନଙ୍କ ବିପକ୍ଷରେ ନାୟିକା ହେବାର ପ୍ରସ୍ତାବ ଦେଇଥିଲେ।

ଶ୍ରଦ୍ଧା ସେତେବେଳେ ଥିଏଟର ଷ୍ଟଡିଜ୍ କୋର୍ସ କରୁଥିଲେ ଓ ଆଗକୁ ଆହୁରି ପଢ଼ିବାକୁ ଚାହୁଁଥିଲେ। ଏଣୁ ସେ ଏତେ କମ୍‌ ବୟସରେ ଆକ୍ଟିଂ କ୍ୟାରିଅର୍ ଆରମ୍ଭ କରିବାକୁ ରାଜି ହୋଇନଥିଲେ। ଫଳତଃ ସଲମାନ୍‌ଙ୍କ ନାୟିକା ହେବାକୁ ମନା କରିଥିଲେ। ଏହା ଅବଶ୍ୟ ଭିନ୍ନ କଥା ଯେ ପରେ ସେହି ଭୂମିକାଟି ମିଳିଥିଲା ସ୍ନେହା ଉଲାଲଙ୍କୁ।

ଶ୍ରଦ୍ଧା କପୁରଙ୍କ ପ୍ରଥମ ଦୁଇଟି ଫିଲ୍ମ ‘ତିନ୍ ପତି’ ଓ ‘ଲଭ କା ବି ଏଣ୍ଡ୍’ ଫ୍ଲପ୍ ହୋଇଥିଲା। ଏହା ପରେ ସେ ପ୍ରତିଦିନ ଘରେ କାନ୍ଦୁଥିଲେ। ହେଲେ ଶ୍ରଦ୍ଧାଙ୍କ ମାଆ ଶିବାନୀ ତାଙ୍କୁ ଶାନ୍ତନା ଦେବା ସହିତ ସାହସ ଓ ଧୈର୍ଯ୍ୟ ରଖିବାକୁ କହିଥିଲେ। ସେହି ସମୟରେ ଶ୍ରଦ୍ଧା ଭାଙ୍ଗି ନ ପଡ଼ି ଡ୍ୟାନ୍ସ କ୍ଲାସ, ଡିସକସନ୍ କ୍ଲାସରେ ଯୋଗ ଦେଇଥିଲେ।

ପ୍ରଥମ ଦୁଇଟି ଫିଲ୍ମ ଫ୍ଲପ୍ ହେବା ପରେ ଜଣେ ଖ୍ୟାତନାମା ନିର୍ଦ୍ଦେଶକ ଶ୍ରଦ୍ଧାଙ୍କୁ ତାଙ୍କ ସିନେମାରେ ନାୟିକା ଭୂମିକା ଲାଗି ମନୋନିତ କରିଥିଲେ, ହେଲେ ପରେ ମନା କରିଥିଲେ। ଏହି ଘଟଣା ତାଙ୍କୁ ଖୁବ୍ ବାଧିଥିଲା।

ଶ୍ରଦ୍ଧା କପୁର ଜଣେ କମ୍ପଲସିଭ୍ ରାଇଟର। ଯେତେବେଳେ ତାଙ୍କୁ ସାତ ବର୍ଷ ହୋଇଥିଲା, ସେତେବେଳୁ ଶ୍ରଦ୍ଧା ଲେଖିବା ଆରମ୍ଭ କରିଥିଲେ। ଆମେରିକାରୁ ଫେରିବା ପରେ ଶ୍ରଦ୍ଧା କପୁର ଚାରି ବର୍ଷ ଯାଏଁ ପ୍ରତିଦିନ ସକାଳୁ ସନ୍ଧ୍ୟା ଯାଏଁ ଗୋଟିଏ ଲେଖା ଲେଖନ୍ତି, ଯାହା ବିଭିନ୍ନ ପତ୍ରିକାରେ ପ୍ରକାଶିତ ହୋଇଥିଲା।

ନିଜକୁ ଜଣେ ଡିପ୍ଲୋମାଟ୍ ବୋଲି କରିବାରେ ସଙ୍କୋଚ କରନ୍ତି ନାହିଁ ଶ୍ରଦ୍ଧା କପୁର। ସେ ଫାର୍ମିଂ କରିବାକୁ ଚାହାଁନ୍ତି। ଛେଳି, ମେଣ୍ଢା, ଗାଈ, ଠେକୁଆ ଆଦି ପାଳନ କରିବାକୁ ଚାହାଁନ୍ତି। ନିଜେ ଖେତରେ ପନିପରିବା ଚାଷ ମଧ୍ୟ କରିବାର ଇଛା ରଖିଛନ୍ତି ଶ୍ରଦ୍ଧା କପୁର।

Comment