ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ସୁପରଷ୍ଟାର ରିତିକ ରୋଶନ୍‌ଙ୍କୁ ନିଜର ଆଦର୍ଶ ମାନୁଥିବା ଟାଇଗର ଶ୍ରପ୍ ତାଙ୍କ ସହ ଏକ ସିନେମାରେ ଆସୁଛନ୍ତି। ଏହି ସିନେମାକୁ କୁହାଯାଉଛି ଏକ ସୁପର ବଜେଟ୍ ସିନେମା।

ବଲିଉଡ ସୁପରଷ୍ଟାର ରିତିକ ରୋଶନ୍‌ ୨୦୦୦ ମସିହାରେ ରିଲିଜ୍‌ ହୋଇଥିବା ବ୍ଲକ୍ବଷ୍ଟର ସିନେମା ‘କହୋନା ପ୍ୟାର୍‌ ହେ’ରୁ ହିରୋ ଭାବେ କ୍ୟାରିଅର ଆରମ୍ଭ କରିଥିଲେ। ପ୍ରଥମ ଫିଲ୍ମରେ ହିଁ ଶାହାରୁଖ୍‌, ଅମୀର ଓ ସଲମାନଙ୍କୁ କଡ଼ା ଟକ୍କର ଦେଇ ରିତିକ୍ ବନିଥିଲେ ସୁପରଷ୍ଟାର।

ରିତିକ ରୋଶନ୍‌ଙ୍କୁ ବଲିଉଡରେ ଅନେକ କଳାକାର ନିଜର ଆଦର୍ଶ ବୋଲି ମାନୁଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ହେଲେ ବଲିଉଡର ନୂଆ ଆକ୍‌ସନ୍‌ ହିରୋ ଟାଇଗର୍‌ ଶ୍ରଫ୍‌। ବଲିଉଡରେ ହିରୋପନ୍ତୀ, ବାଗୀ, ବାଗୀ-୨ ଓ ମୁନ୍ନା ମାଇକେଲ୍‌ ଭଳି ସିନେମାରେ ନାୟକ ବନିଥିବା ଟାଇଗର୍‌ ଶ୍ରଫ୍‌ ଏକନା କହିଥିଲେ ଯେ, ରିତିକ୍‌ ରୋଶନ୍‌ ସାର୍ଙ୍କୁ ନିଜର ଆଇଡଲ୍‌ ମନେ କରନ୍ତି।

ତାଙ୍କୁ ଦେଖି ଦେଖି ସେ ହିରୋ ହେବାର ଇଚ୍ଛା କଲେ ବୋଲି ମଧ୍ୟ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ରିତିକ ରୋଶନଙ୍କ ସହିତ ତାଙ୍କୁ କୌଣସି ଫିଲ୍ମରେ ଗୋଟିଏ ସିନ୍‌ ବି କରିବାକୁ କୁହାଯାଏ ସେ ମନା କରିବେନି। ନିଜର ଆଦର୍ଶଙ୍କ ସହ କାମ ମିଳିଲେ ସବୁଠାରୁ ବେଶୀ ଖୁସି ହେବେ ବୋଲି କହିଥିଲେ ଟାଇଗର୍ ଶ୍ରଫ୍‌।

ଟାଇଗରଙ୍କ ସ୍ୱପ୍ନ ପୂରଣ କଲେ ସିଦ୍ଧାର୍ଥ ଆନନ୍ଦ

ସୁପରଷ୍ଟାର ରିତିକ ରୋଶନଙ୍କ ସହିତ ଟାଇଗରଙ୍କର ଅଭିନୟ କରିବାକୁ ନେଇ ଯେଉଁ ସ୍ୱପ୍ନ ଥିଲା, ତାକୁ ପୂରଣ କରିଛନ୍ତି ଜଣେ ଯୁବ ନିର୍ଦ୍ଦେଶକ। ଏହି ଯୁବ ନିର୍ଦ୍ଦେଶକ ଜଣକ ହେଲେ ସିଦ୍ଧାର୍ଥ ଆନନ୍ଦ।

ସିଦ୍ଧାର୍ଥ ହେଉଛନ୍ତି ସେହି ନିର୍ଦ୍ଦେଶକ ଯିଏ ରିତିକ୍‌ ରୋଶନ୍‌ ଓ କାଟ୍ରିନା କୈଫ୍‌ଙ୍କୁ ନେଇ ‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌’ ଭଳି ସୁପରହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ସେ ଉଭୟ ରିତିକ୍‌ ଓ ଟାଇଗର୍ ଉଭୟଙ୍କୁ ଗୋଟିଏ ସିନେମାରେ ଏକାଠି ଆଣିବା ଲାଗି ସେହିଭଳି କାହାଣୀ ବାଛିଥିଲେ।

ରିତିକ୍‌ ରୋଶନ୍‌ ଏହି ଫିଲ୍ମକୁ ‘ହଁ’ କରିବା ପାଇଁ ଟିକେ ସମୟ ନେଇଥିଲେ, ମାତ୍ର ଟାଇଗର ଅଫର୍‌ ପାଇବା ମାତ୍ରେ ‘ହଁ’ ଭରିଥିଲେ।

ଫିଲ୍ମରେ ଟାଇଗରଙ୍କ ଗୁରୁ ରିତିକ

ଏଯାଏଁ ଏହି ଫିଲ୍ମର ଟାଇଟଲ୍‌ ଘୋଷଣା ହୋଇନାହିଁ। ୟଶ ରାଜ ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏହି ନାମକରଣ ହୋଇନଥିବା ଫିଲ୍ମର ସୁଟିଂ ଗତ ସେପ୍ଟେମ୍ବର ୫ ତାରିଖରେ ଅର୍ଥାତ୍‌ ଗୁରୁ ଦିବସରେ ଆରମ୍ଭ ହୋଇଥିଲା।

ଏହି ସିନେମାରେ ରିତିକ ରୋଶନଙ୍କୁ ଟାଇଗର ଶ୍ରଫ୍‌ଙ୍କ ଗୁରୁ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ଟାଇଗରଙ୍କୁ ରିତିକଙ୍କୁ କି ଶିକ୍ଷା ଦେଉଛନ୍ତି, ତାହା ଜାଣିବାକୁ ଟିକେ ସମୟ ଅପେକ୍ଷା କରିବାକୁ ପଡ଼ିବ।

ମେଗା ବଜେଟ୍ସିନେମା

ବଲିଉଡରେ ଚର୍ଚ୍ଚା ହେଉଛି ଯେ, ରିତିକ ରୋଶନ ଓ ଟାଇଗର ଶ୍ରଫଙ୍କ ଅଭିନୀତ ଏହି ଫିଲ୍ମଟି ଏକ ସୁପର ଆକସନ୍‌ ଫିଲ୍ମ। ଏହି ସିନେମାରେ ଏଭଳି ଆକସନ୍‌ ସିନ୍ ରହିଛି, ଯାହା ହଲିଉଡ ସିନେମା ସହ ତୁଳନୀୟ ହେବ।

ଏହାର ସୁଟିଂ ସାତଟି ବିଭିନ୍ନ ଦେଶରେ କରାଯିବ ବୋଲି ଜଣାଯାଇଛି। ସବୁଠାରୁ ବଡ଼ କଥା ହେଉଛି ଯେ, ଏହା ଏକ ମେଗା ବଜେଟ୍ ଫିଲ୍ମ। ଶୁଣିବାକୁ ମିଳୁଛି ଏହି ଅନଟାଇଟଲ୍ଡ ଫିଲ୍ମର ବଜେଟ୍ ୨୫୦ କୋଟି। ଏହି ଫିଲ୍ମ ୨୦୧୯ ଅକ୍ଟୋବର ୨ରେ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି।

ନାୟିକା କିଏ ଜାଣନ୍ତି?

ଏହି ସୁପର ଆକସନ୍‌ ଫିଲ୍ମରେ ନାୟିକା ଭୂମିକା ଲାଗି ବାଣୀ କପୁରଙ୍କୁ ନିଆଯାଇଛି। ବାଣୀଙ୍କୁ ଦର୍ଶକ ଆଗରୁ

ଦୁଇଟି ଫିଲ୍ମରେ ଦେଖିବାକୁ ପାଇଛନ୍ତି। ଏଥିମଧ୍ୟରୁ ସେ ପୂର୍ବରୁ ଆଦିତ୍ୟ ଚୋପ୍ରାଙ୍କ ‘ବେ ଫିକ୍ରେ’ ସିନେମାରେ ହଟ୍ ଷ୍ଟାର୍ ରଣବୀର ସିଂହଙ୍କ ସହ ସତରଟି ଲିପ୍‌ ଟୁ ଲିପ୍‌ କିସ୍‌ ଦେଇ ଚର୍ଚ୍ଚାରେ ରହିଥିଲେ।

Comment