ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଲ୍‌ କମ୍ପାନୀ ଗତକାଲି ତା’ର ବାର୍ଷିକ ଉତ୍ସବରେ ଗୋଟିଏ କି ଦୁଇଟି ନୁହେଁ, ଏକାସାଙ୍ଗରେ ୩ଟି ନୂଆ ଆଇଫୋନ୍‌ ଏବଂ ଆପଲ୍ ୱାଚ୍‌ ସିରିଜ୍‌କୁ ଲଞ୍ଚ୍‌ କରିଛି।

ଆପଲ୍‌ କମ୍ପାନୀ ବୁଧବାର ଦିନ ତା’ର ବାର୍ଷିକ ଉତ୍ସବରେ ଚତୁର୍ଥ ଜେନେରେଶନ୍‌ର ୩ଟି ନୂଆ ଆଇଫୋନ୍ ଲଞ୍ଚ୍‌ କରିଛି। ସେଗୁଡ଼ିକ ହେଲା – ଆଇଫୋନ୍ ଏକ୍ସଏସ୍, ଆଇଫୋନ୍ ଏକ୍ସଏସ୍ ମ୍ୟାକ୍ସ ଓ ଆଇଫୋନ୍ ଏକ୍ସଆର୍। ଏହିସବୁ ଫୋନ୍ ମଧ୍ୟରୁ ଆଇଫୋନ୍ ଏକ୍ସଏସ୍ ମ୍ୟାକ୍ସ ହେଉଛି ସବୁଠୁ ମହଙ୍ଗା। ଏହାର ମୂଲ୍ୟ ୧,୦୯,୦୦୦ ଟଙ୍କାରୁ ଆରମ୍ଭ ହେଉଛି। ଆଇଫୋନ୍ ଏକ୍ସଏସ୍ ମୂଲ୍ୟ ୯୯,୯୦୦ ଟଙ୍କା ହୋଇଥିବା ବେଳେ ଆଇଫୋନ୍ ଏକ୍ସଆର୍‌ର ମୂଲ୍ୟ ୭୬,୯୦୦ ଟଙ୍କାରୁ ଆରମ୍ଭ।

ଏହାବ୍ୟତୀତ ଗତକାଲି ଆପଲ୍‌ କମ୍ପାନୀ ତା’ର ଆଉ ଏକ ଆପଲ୍ ୱାଚ୍‌ ସିରିଜ୍‌କୁ ମଧ୍ୟ ଲଞ୍ଚ୍‌ କରିଛି। ଯାହାକୁ ‘ଆପଲ୍‌ ୱାଚ୍‌ ସିରିଜ୍‌ – ୪’ ବୋଲି କୁହାଯାଉଛି।

ଏହି ଫୋନ୍‌ରେ ଥିବା ସ୍କ୍ରିନ୍‌ ଏବଂ ଡିସ୍‌ପ୍ଲେ ପୂର୍ବ ଆଇଫୋନ୍‌ ଅପେକ୍ଷା ୩୦ ପ୍ରତିଶତ ବଡ଼ ରହିଛି। ଆପଲ୍‌ ୱାଚ୍‌ ସିରିଜ୍‌ ୪୦ଏମ୍ଏମ୍ ବିଶିଷ୍ଟ ଡିସ୍‌ପ୍ଲେ ଆସୁଥିବା ବେଳେ ସିରିଜ୍‌ – ୪ଟି ୪୪ଏମ୍ଏମ୍ ରହିଛି। ନୂଆ ସ୍ମାର୍ଟ ଫୋନ୍‌ରେ ଆପଲ୍ ଏସ୍୪ ଏସ୍‌ଓସି ରହିଛି। ଯେଉଁଥିରେ ଜିପିୟୁଏବଂ ୬୪ ବିଟ୍‌ ଡ୍ୟୁଆଲ କୋର୍‌ ପ୍ରସେସର ରହିଛି। ପୂର୍ବ ଫୋନ୍‌ ତୁଳନାରେ ସିରିଜ୍‌ – ୪ ଫୋନ୍ ୪୦ ପ୍ରତିଶତ୍ ଫାଷ୍ଟ ରହିଛି। ଏଥିରେ ଭି୫.୦ ବ୍ଲୁ-ଟୁଥ୍‌ ମଧ୍ୟ ରହିଛି।

ଏହାବ୍ୟତୀତ ଆପଲ୍ ୱାଚ୍‌ରେ ସେରାମିକ୍ ବିଲ୍ଡ, ଅପ୍ଟିକାଲ ହାଟ୍ ସେନ୍ସର ଓ ସ୍ୱିମ୍‌ପ୍ରୁଫ୍ ଭଳି ଫିଚର ଆାଦି ରହିଛି। ଏହି ୱାଚ୍‌ ସିରିଜ୍‌ର ଦାମ୍‌ ରହିଛି ୩୯୯ ଡଲାର ଅର୍ଥାତ୍ ଭାରତୀୟ ମୂଲ୍ୟରେ ପାଖାପାଖି ୨୮,୭୦୦ ଟଙ୍କା। ତେବେ ରଙ୍ଗ ଏବଂ ମଡେଲକୁ ନେଇ ମଧ୍ୟ ମୂଲ୍ୟରେ ଫରକ୍ ଆସିବ। ଏହି ୱାଚ୍‌ ସିରିଜ୍‌ର ଆଉ ଏକ ଫୋନ୍‌ର ମୂଲ୍ୟ ପାଖାପାଖି ୩୫,୯୦୦ ଟଙ୍କା ରଖାଯାଇଛି। ଏହି ଆପଲ୍‌ ୱାଚ୍‌ ସିରିଜ୍‌-୪ର ପ୍ରି-ଅର୍ଡ଼ର ସେପ୍ଟେମ୍ବର ୧୪ରୁ ଆରମ୍ଭ ହେଉଥିବା ବେଳେ ସେପ୍ଟେମ୍ବର ୨୧ରୁ ଏହାର ବିକ୍ରି ହେବା ଆରମ୍ଭ ହେବ।

ଏହି ବାର୍ଷିକ ଉତ୍ସବରେ କମ୍ପାନୀର ସିଇଓ ଟିମ୍‌ କୁକ୍‌ କହିଛନ୍ତି, ବିଶ୍ୱର ବେଷ୍ଟ ସେଲିଂ ମଧ୍ୟରେ ଆପଲ୍‌ କମ୍ପାନୀ ଆଗରେ ରହିଛି। ଏହାଛଡ଼ା ଆଗକୁ ମଧ୍ୟ ଆହୁରି ଆକର୍ଷଣୀୟ ସେଟ୍‌ ଆସିବ ବୋଲି ସେ କହିଛନ୍ତି। ଗତବର୍ଷ ଆପଲ୍‌ କମ୍ପାନୀ ତା’ର ଆପଲ୍ ୱାଚ୍‌ ସିରିଜ୍‌-୩ ଲଞ୍ଚ କରିଥିଲା।

Comment