ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ  ଗଣେଷ ଚତୁର୍ଥୀ ଅବସରରେ ବହୁପ୍ରତିକ୍ଷିତ ଫିଲ୍ମ ୨.୦ର ଟ୍ରେଲର୍ ହେଲା ରିଲିଜ୍।

ସାଉଥ୍‌ର ସୁପରଷ୍ଟାର ରଜନୀକାନ୍ତ ଏବଂ ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘୨.୦’ର ଟିଜର ରିଲିଜ୍ ହୋଇଛି। ଏସ୍. ଶଙ୍କରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ଫିଲ୍ମଟି ୨୦୧୦ରେ ରିଲିଜ ହୋଇଥିବା ଫିଲ୍ମ ‘ରୋବର୍ଟ’ର ଦ୍ୱିତୀୟ ଭାଗ। ସାଉଥ୍‌ର ସୁପରଷ୍ଟାର ରଜନୀକାନ୍ତଙ୍କୁ ଦର୍ଶକ ପୁଣିଥରେ ଚିଟି ଭୂମିକାରେ ଅଭିନୟ କରୁଥିବାର ପରଦାରେ ଦେଖିପାରିବେ। ଏହାଛଡ଼ା ଅକ୍ଷୟ କୁମାର ମଧ୍ୟ ଏକ ଭିନ୍ନ ଚରିତ୍ରରେ ନଜର ଆସୁଛନ୍ତି।

ଗଣେଷ ପୂଜା ଅବସରରେ ସକାଳ ୯ଟାରେ ଏହାର ଟିଜରକୁ ରିଲିଜ କରାଯାଇଛି। ଏହି ଫିଲ୍ମରେ ସାଉଥ୍‌ର ସୁପରଷ୍ଟାର ରଜନୀକାନ୍ତ ଲିଡ୍ ରୋଲରେ ଅଭିନୟ କରୁଥିବା ବେଳେ ବଲିଉଡର ଖିଲାଡି ଅକ୍ଷୟ କୁମାର ଖଳନାୟକ ଭୂମିକାରେ ନଜର ଆସିବେ। ଏହିଥର କିନ୍ତୁ ଅକ୍ଷୟ କୁମାର ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି।

୧ ମିନିଟ ୩୧ ସେକେଣ୍ଟରର ଭିଡିଓକୁ ସବୁ ଦର୍ଶକ ପସନ୍ଦ କରିଛନ୍ତି। ଟିଜର ରିଲିଜ ହେବାର ଏକ ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି। ଏହି ଫିଲ୍ମରେ ଅକ୍ଷୟ ଏବଂ ରଜନୀକାନ୍ତଙ୍କ ବ୍ୟତୀତ ଆମି ଜ୍ୟାକସନ ମଧ୍ୟ ନଜର ଆସିବେ। ଏହି ଫିଲ୍ମଟି ନଭେମ୍ବର ୨୯ରେ ରିଲିଜ ହେବାକୁ ଯାଉଛି।

Comment