ଓଡ଼ିଶାଲାଇଭ୍ ବ୍ୟୁରୋ

ଭୟଙ୍କର ରୂପ ନେଇ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ତିତଲି’। ଯାହାପାଇଁ ସାରାରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗୁରୁବାର ସକାଳ ୫.୩୦ ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ତିତଲି’। ‘ତିତଲି’ ବାତ୍ୟାରୁ ବର୍ତ୍ତିବା ପାଇଁ ନ୍ୟାସ୍‌ନାଲ୍‌ ଡିଜାଷ୍ଟର ମ୍ୟାନେଜ୍‌ମେଣ୍ଟ୍ ଅଥରିଟି କେତୋଟି କଥା ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛି।

ବାତ୍ୟା ପୂର୍ବରୁ କ’ଣ କରିବେ?

  • ଭୟଭୀତ ହେବାର କୌଣସି କାରଣ ନାହିଁ।
  • ମିଥ୍ୟା ଗୁଜବଠାରୁ ଦୂରେଇ ରୁହନ୍ତୁ।
  • ନିଜର ଘରର ଟାଇଲ୍ସ, କବାଟ, ଝରକା ଆଦିକୁ ଭଲଭାବେ ଯାଞ୍ଚ କରନ୍ତୁ। ଯଦି ସେଥିରେ କୌଣସି ଅସୁବିଧା ଦେଖାଦିଏ ତୁରନ୍ତ ଠିକ୍ କରନ୍ତୁ।
  • ନିଜର ମୋବାଇଲ ଫୋନ୍ ଚାର୍ଜ ରଖନ୍ତୁ।
  • ଘର ଆଖପାଖରେ ଥିବା ବଡ଼ ବଡ଼ ଶୁଖିଲା ଗଛଗୁଡ଼ିକୁ କାଟି ଦିଅନ୍ତୁ।
  • ଏସ୍‌ଏମ୍‌ଏସ୍‌ ବ୍ୟବହାର କରନ୍ତୁ
  • ପାଣିପାଗର ଖବର ପାଇଁ ରେଡ଼ିଓ, ଟିଭି, ଖବରକାଗଜ ପଢ଼ନ୍ତୁ।
  • ଆବଶକୀୟ କାଗଜପତ୍ର ଓ ମୂଲ୍ୟବାନ ସାମଗ୍ରୀ ଆଦିକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ।
  • ଟିଣ ଘରର ଟିଣକୁ ଭଲଭାବେ ଯାଞ୍ଚ କରନ୍ତୁ। ଯଦି ଏହାର ନଟ୍‌ ଢ଼ିଲା ଥାଏ, ତେବେ ତାହାକୁ ଟାଇଟ୍ କରି ଦିଅନ୍ତୁ। କାରଣ ବାତ୍ୟା ସମୟରେ ଏହା ମାରାତ୍ମକ ହୋଇପାରେ।
  • ଗୃହପାଳିତ ପଶୁଙ୍କୁ ନବାନ୍ଧି ଖୋଲାରେ ରଖନ୍ତୁ।
  • ଯଦି ଆପଣଙ୍କ ଘର ମାଟିର ହୋଇଥାଏ, ତେବେ ଛାତ ଘରକୁ ସ୍ଥାନାନ୍ତରିତ ହୋଇଯାଆନ୍ତୁ।
  • ଆପଣଙ୍କର ଝରକା ଯଦି କାଚର ହୋଇଥାଏ, ତେବେ ବାହାର ପଟୁ କାଠର ପଟା ଲଗାଇ ଦିଅନ୍ତୁ।
  • ମହମବତି, ଦିଆସିଲ ଆଦିକୁ ପାଖରେ ରଖନ୍ତୁ।
  • ଆବଶ୍ୟକୀୟ ମେଡ଼ିସିନ୍ ପାଖରେ ରଖନ୍ତୁ।
  • ନିଜ ପାଖରେ ଅତି ଆବଶ୍ୟକୀୟ ଜିନିଷ ରଖନ୍ତୁ।
  • ଆବଶ୍ୟକୀୟସ୍ଥଳ ଖାଇବା ପାଇଁ ଘରେ ଶୁଖିଲା ଜିନିଷ ରଖନ୍ତୁ। ଯେପରିକି, ବିସ୍କୁଟ, ପାଉଁରୁଟି, ଚୂଡ଼ା ଓ ଗୁଡ଼ ଆଦିକୁ ରଖିପାରିବେ।
  • ମୋବାଇଲ ବ୍ୟବହାରକାରୀମାନେ ସେମାନଙ୍କ ମୋବାଇଲକୁ ସମ୍ପୂର୍ଣ୍ଣ ଚାର୍ଜ କରି ଦିଅନ୍ତୁ।
  • ବୟସ୍କ କିମ୍ବା ଛୋଟ ପିଲାମାନଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ।
  • ଲଣ୍ଠନରେ କିରୋସିନ ଭର୍ତ୍ତି କରି ଦିଅନ୍ତୁ। ଏହାଛଡ଼ା ଆପଣଙ୍କ ପାଖରେ ଯଥେଷ୍ଟ ପରିମାଣର କିରୋସିନ ତେଲକୁ ରଖନ୍ତୁ।
  • ବିଦ୍ୟୁତ୍ ଉପକରଣ ଆଦିକୁ ସୁରକ୍ଷିତ ସ୍ଥାନରେ ରଖି ଦିଅନ୍ତୁ। ଯେପରି ସେଥିରେ ପାଣି ନ ପଶେ ସେଥିପାଇଁ ସଜାଗ ରୁହନ୍ତୁ।

ବାତ୍ୟା ପରେ କ’ଣ କରିବେ?

  • ଫୁଟା ପାଣି କିମ୍ବା କ୍ଲୋରିନ୍‌ଯୁକ୍ତ ପାଣି ପିଅନ୍ତୁ।
  • ଭାଙ୍ଗିଯାଇଥିବା ବିଜୁଳି ଖୁଣ୍ଟ, ଚଟଣା ଓ ତାର ଠାରୁ ଦୂରେଇ ରୁହନ୍ତୁ।
  • ସରକାରୀ ସତର୍କତା ସୂଚନା ଉପରେ ବିଶ୍ୱାସ କରନ୍ତୁ।

ମତ୍ସ୍ୟଜୀବୀଙ୍କ ପାଇଁ ସର୍କକତା

  • ସମୁଦ୍ର ଭିତରକୁ ଯାଆନ୍ତୁ ନାହିଁ।
  • ବ୍ୟାଟେରି ସହ ରେଡ଼ିଓ ପାଖରେ ରଖନ୍ତୁ। କାରଣ ଏହା ଆପଣକୁ ବାତ୍ୟା ସମ୍ପର୍କିତ ଖବର ଦେବାରେ ସାହାଯ୍ୟ କରିବ।
  • ନିଜ ଡଙ୍ଗାକୁ ସୁରକ୍ଷିତ ସ୍ଥାନରେ ବାନ୍ଧି ରଖନ୍ତୁ।

Comment