ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାୱଡା-ଦୀଘା ଏକ୍ସପ୍ରେସରେ ଅଲଗା ହୋଇଥିବା ଦୁଇଟି ବଗିରେ ଗାର୍ଡ ଗ୍ୟାସ ପାଇପ ଯୋଡ଼ୁଥିଲା ବେଳେ ଟ୍ରେନ ଡ୍ରାଇଭର ଗାଡି ଛାଡ଼ି ଦେଇଥିଲେ। ଘଟଣାରେ ଦକ୍ଷିଣ-ପୂର୍ବ ରେଲୱେ ମୁଖ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ରାତି ସାଢ଼େ ୧୧ଟା ସମୟରେ ଘଟଣାଟି ଘଟିଛି।

ହାୱଡା ଷ୍ଟେସନ ଛାଡ଼ିବାର କିଛି ସମୟ ପରେ ଟ୍ରେନଟି ହଠାତ ଅଟକି ଯାଇଥିଲା।  ଚେନ୍ ପୁଲିଂ ଯୋଗୁଁ ଗାଡି ଅଟକି ରହିଥିବା ଭାବି ଗାର୍ଡ ଯାଂଚ କରିବାକୁ ଆସିଥିଲେ। ମାତ୍ର ଟ୍ରେନର ବ୍ରେକ ସିଷ୍ଟମ ନିକଟରେ ଏୟାର ପ୍ରେସର ଛାଡ଼ି ଯାଇଥିବା ଦେଖିବାକୁ ପାଇଥିଲେ।

ଗାର୍ଡ ସଙ୍ଗେସଙ୍ଗେ ଏହାକୁ ଯୋଡ଼ିବାରେ ଲାଗିପଡ଼ିଥିଲେ। ଯେତେବେଳେ ଟ୍ରେନ ଦ୍ୱିତୀୟ ଥର ଚାଲିବାକୁ ଲାଗିଲା ଗାର୍ଡ ଡରି ଯାଇଥିଲେ। ସଙ୍ଗେସଙ୍ଗେ  ପାଇପ ସାହାଯ୍ୟରେ ଲଟକି ପଡ଼ି ପାଟି କରିଥିଲେ। ଠିକ୍ ସେହି ସମୟରେ ଜଣେ ବ୍ୟକ୍ତି ଏହାର ଭିଡିଓ ସୁଟିଂ କରିଥିଲେ, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ବୋଧ ହୁଏ ଉଭୟ ଗାର୍ଡ ଓ ଡ୍ରାଇଭରଙ୍କ ମଧ୍ୟରେ ଭୁଲ ବୁଝାମଣା ଯୋଗୁଁ ଏଭଳି ଘଟିଥିବ ବୋଲି କହିଛନ୍ତି ରେଲୱେ ମୁଖ୍ୟ। ଆରପିଏଫ ଯବାନ ଯାତ୍ରୀଙ୍କ ଆଲର୍ଟ କରି ଚେନ୍ ଟାଣିବାକୁ କହିବାରୁ ଟ୍ରେନଟି ଅଟକି ରହିଥିଲା। ସୌଭାଗ୍ୟବଶତଃ ଦେହରେ କୌଣସି ଆଘାତ ଲାଗିନଥିଲା ବେଳେ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଯାଇଛନ୍ତି ଗାର୍ଡ।

Comment