ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆସନ୍ତୁ ଜାଣିବା ବଲିଉଡର ପପୁଲାର ଅଭିନେତା ଋଷି କପୁରଙ୍କ ବିଷୟ ବିଷୟରେ କିଛି ଜଣାଅଜଣା କଥା…

ବଲିଉଡର ପପୁଲାର ଅଭିନେତା ଋଷି କପୁର ଏବେ ୬୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେ ଶିଶୁ କଳାକାର ଭାବେ ଶୋ’ମ୍ୟାନ୍ ରାଜ କପୁରଙ୍କ ଫିଲ୍ମ ‘ମେରା ନାମ୍ ଜୋକର୍’ରେ ଚର୍ଚ୍ଚାକୁ ଆସିଥିଲେ। ଋଷି କପୁରଙ୍କୁ ହିରୋ ଭାବେ ପ୍ରଥମେ ରାଜ କପୁରଙ୍କ ବ୍ଲକବଷ୍ଟର ମୁଭି ‘ବବି’ରେ ଦେଖିବାକୁ ମିଳିଥିଲା।

ଏଥିରେ ଡିମ୍ପଲ କାପାଡ଼ିଆ ନାୟିକା ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମର ସୁଟିଂ ସମୟରେ ଋଷି କପୁର ନାୟିକା ଡିମ୍ପଲ କାପାଡ଼ିଆଙ୍କୁ ଭଲ ପାଇ ବସିଥିଲେ। ସେତେବେଳେ ସେ ଦୁହେଁ ଥିଲେ ଟିନ୍ ଏଜର।

ଋଷି କପୁର ଡିମ୍ପଲଙ୍କୁ ପ୍ରପୋଜ୍ କରିବାକୁ ଠିକ୍ କରିଥିଲେ। ହେଲେ ସେହି ସାହସ ତାଙ୍କର ନଥିଲା। କାରଣ ପିତା ରାଜ କପୁର ଖୁବ୍ ଶୃଙ୍ଖଳିତ ଥିଲେ। ସେତେବେଳେ ଋଷି କପୁର ପିତାଙ୍କ ବିରୋଧରେ ନ ଯାଇ ନୀରବ ରହିଥିଲେ। ଏଣୁ ସେ ଡିମ୍ପଲ କାପାଡ଼ିଆଙ୍କୁ ପ୍ରପୋଜ୍ କରିପାରିନଥିଲେ, କି ମନକଥା ଖୋଲି କରି କହିପାରିନଥିଲେ।

ତେଣେ ଡିମ୍ପଲ କାପାଡ଼ିଆ ବି ‘ବବି’ ରିଲିଜ୍‌ ହେବା ଆଗରୁ ସୁପରଷ୍ଟାର ରାଜେଶ ଖାନ୍ନାଙ୍କୁ ବିବାହ କରିଥିଲେ। ଏଣୁ ଋଷି କପୁର ଓ ଡିମ୍ପଲ କାପାଡ଼ିଆଙ୍କର ପ୍ରେମ କାହାଣୀ ଅଧୁରା ରହିଗଲା।

ଏହା ପରେ ଋଷି କପୁର ଓ ନୀତୁ ସିଂହଙ୍କ ପ୍ରେମରେ ପଡ଼ିଥିଲେ। ମାତ୍ର ୧୪ ବର୍ଷ ବୟସରେ ନୀତୁ ଋଷିଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ। ଧୀରେ ଧୀରେ ଦୁହିଁଙ୍କର ରୋମାନ୍ସର ଚର୍ଚ୍ଚା ଜୋର୍‌ ଧରିଥିଲା। ଫିଲ୍ମ ‘ଖେଲ୍ ଖେଲ୍ ମେଁ’ ରିଲିଜ୍ ହେବା ପରେ ସେ ଦୁହେଁ ବିବାହ କରିବାର ନିଷ୍ପତ୍ତି ନେଇଥିଲେ।

ଆଉ ଗୋଟିଏ ଉଲ୍ଲେଖନୀୟ କଥା ହେଲା କି, ନୀତୁ ସିଂହ ଚାହୁଁଥିଲେ କି ଫିଲ୍ମ ‘ବବି’ରେ ସେ ହିଁ ଋଷିଙ୍କ ନାୟିକା ମନିବେ, କିନ୍ତୁ ଡିମ୍ପଲ କାପାଡ଼ିଆ ବାଜି ମାରି ନେଇଥିଲେ। ବଲିଉଡର ଲୋକପ୍ରିୟ ଅଭିନେତା ଋଷି କପୁର ମାଧୁରୀ ଦୀକ୍ଷିତଙ୍କ ଏକ କଥାକୁ ଆଜି ଯାଏଁ ଭୁଲି ପାରିନାହାନ୍ତି।

ଋଷି କପୁର ଓ ମାଧୁରୀ ଦୀକ୍ଷିତ ଏକାଠି ‘ୟାରାନା’ ଓ ‘ପ୍ରେମଗ୍ରନ୍ଥ’ ଭଳି ସିନେମାରେ କାମ କରିଥିଲେ। ତେବେ ଦୁଇଟି ଯାକ ଫିଲ୍ମ ସୁପରଫ୍ଲପ୍ ହୋଇଥିଲା। ‘ୟାରାନା’ର ନିର୍ଦ୍ଦେଶକ ଥିଲେ ହିଟ୍ ମେକର ଡେଭିଡ ଧୱନ ଓ ‘ପ୍ରେମଗ୍ରନ୍ଥ’ର ନିର୍ଦ୍ଦେଶନା ଦେଇଥିଲେ ରାଜୀବ କପୁର।

ଋଷି କପୁର ନିଜର ଜନ୍ମଦିନ ଅବସରରେ ଏକ ଟ୍ୟୁଟ୍ କରି ମାଧୁରୀ ଦୀକ୍ଷିତଙ୍କ ପୁରୁଣା ଦିନର ଏକ ସ୍ମୃତିକୁ ତାଜା କରିଥିଲେ। ତାହା ହେଲା କି ‘ୟାରାନା’ର ସୁଟିଂ ସମୟରେ କୌଣସି କାରଣରୁ ଋଷି କପୁର ଓ ମାଧୁରୀ ଦୀକ୍ଷିତ ମୁମ୍ବାଇରୁ ହାଇଦ୍ରାବାଦ ଫ୍ଲାଇଟ୍‌ରେ ଯାଇ ପାରିନଥିଲେ। ଉଭୟଙ୍କୁ ଟ୍ରେନ୍‌ରେ ଯିବାକୁ ପଡ଼ିଥିଲା।

ଋଷି କପୁର ଓ ମାଧୁରୀ ଦୀକ୍ଷିତ ଆଶଙ୍କା କରିଥିଲେ ଯେ, ଯଦି ସେ ଦୁହେଁ ଟ୍ରେନ୍‌ରେ ସାଧାରଣ ନାଗରିକଙ୍କ ଭଳି ଯାତ୍ରା କରିବେ, ତେବେ ସେମାନଙ୍କୁ ସମସ୍ତେ ଚିହ୍ନି ଦେବେ। ଫଳରେ ଯାତ୍ରାରେ ଅସୁବିଧା ହେବ। ଏଣୁ ସେ ଦୁହେଁ ବୁର୍ଖା ପିନ୍ଧି ନିଜ ନିଜର ମୁହଁକୁ ଲୁଚାଇ ଯାତ୍ରା କରିଥିଲେ।

ହେଲେ ପୁନେ ଷ୍ଟେସନ ପାଖରେ ଅଚାନକ ଋଷି କପୁରଙ୍କ ବୁର୍ଖା ଖୋଲି ଯାଇଥିଲା। ତା’ପରେ ଲୋକେ ତାଙ୍କୁ ଚିହ୍ନି ଦେଲେ। ତା’ପରେ ସେ ଦୁହିଁଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ମାଧୁରୀ ଦୀକ୍ଷିତ ବି ସେ ଦିନର କଥାକୁ ଭୁଲି ନାହାନ୍ତି। ସେ କଥା ଭାବିଲେ ହସ ଲାଗେ।

Comment