ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁକେଶ ଏବଂ ନୀତା ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବାହାଘର କାର୍ଡର ଦାମ୍ ଏବେ ସାମ୍ନାକୁ ଆସିଛି। ପୂର୍ବରୁ ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ଏହି ବାହାଘର କାର୍ଡ ମୂଲ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ଗୋଟିଏ କାର୍ଡର ମୂଲ୍ୟ ୩ ଲକ୍ଷ ଟଙ୍କା ରହିଛି। କାର୍ଡ ବକ୍ସ ଖୋଲିଲେ ଗାୟତ୍ରୀ ମନ୍ତ୍ର ବାଜିବ। ଇଶାଙ୍କ ବାହାଘର କାର୍ଡ କ୍ରିମ ରଙ୍ଗର, ଯାହା ଫୁଲରେ ସଜାଯାଇଛି। ବିବାହ କାର୍ଡରେ ଇଶା ଏବଂ ଆନନ୍ଦଙ୍କ ନାମ ଆରମ୍ଭରୁ ରହିଛି। କ୍ରିମ ଏବଂ ଗୋଲାପି ରଙ୍ଗର ବାକ୍ସରେ କାର୍ଡ ଦିଆଯାଉଛି।

ଉଭୟ ପରିବାର ପକ୍ଷରୁ ଏହି କାର୍ଡ ଦିଆଯାଉଛି। ପୂର୍ବରୁ ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ସରସ୍ୱତୀ ମାତାଙ୍କ ଫଟୋ ଥିବା ଦେଖାଯାଇଥିଲା। ଚଳିତ ବର୍ଷ ଡିସେମ୍ବର ୧୨ରେ ମୁମ୍ବାଇରେ ଇଶା ଓ ଆନନ୍ଦଙ୍କ ବାହାଘର ହେବ।

ସମ୍ପୂର୍ଣ୍ଣ ଭାରତୀୟ ପରମ୍ପରା, ରୀତି ନୀତିରେ ଏହି ବିବାହ ହେବ ବୋଲି ଜଣାପଡ଼ିଛି। ଗତ ସେପ୍ଟେମ୍ବର ମାସରେ ଇଟାଲୀରେ ଇଶା ଏବଂ ଆନନ୍ଦଙ୍କ ନିର୍ବନ୍ଧ ହୋଇଥିଲା। ନିର୍ବନ୍ଧର ପୂରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବଲିଉଡର ବହୁ ହସ୍ତୀ ନିର୍ବନ୍ଧରେ ସାମିଲ ହୋଇଥିଲେ।

Comment