ଓଡ଼ିଶାଲାଇଭ୍‌ ବ୍ୟୁରୋ

ଵାରିପଦା ସହରରୁ ଚୋରି ହୋଇଥିବା ଦୁଇ ବର୍ଷର ଶିଶୁପୂତ୍ରକୁ ବିଶୋଇ ଥାନା ଅନ୍ତର୍ଗତ ମଣଦା ନିକଟରୁ ଉଦ୍ଧାର କରାଯାଇଛି। ବିଶୋଇ ଥାନା ପୋଲିସର ସହାୟତାରେ ବାରିପଦା ଟାଉନ ପୋଲିସ ଅପହୃତ ଶିଶୁକୁ ଉଦ୍ଧାର କରିବା ସହିତ ଅପହରଣକାରୀ ମହିଳାଙ୍କୁ ଗିରଫ କରିଛି।

ବାରିପଦା ସହର ର ୧୬ନମ୍ଵର ୱାର୍ଡ ଅନ୍ତର୍ଗତ ପରେଡ ପଡ଼ିଆ ସାହିର ବାସିନ୍ଦା ସେଖ ରଜୀଦର ଦୁଇ ବର୍ଷର ଶିଶୁପୂତ୍ରକୁ ଅପହରଣ କରି ନେଇ ଯାଉଥିଲା। ଅପହରଣକାରୀ ମହିଳା ସେଖ ରଜୀଦ ଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ। ତାଙ୍କ ଘରେ ରହି ସମସ୍ତଙ୍କ ବିଶ୍ୱାସଭାଜନ ହୋଇ କୌଶଳ କ୍ରମେ ପିଲାଟିକୁ ନେଇ ଫେରାର ହୋଇ ଯାଇଥିଲା। ପରିବାର ଲୋକେ ବାରିପଦା ଟାଉନ ଥାନାରେ ଏତଲା ଦେଇଥିଲେ।

ବାରିପଦା ଟାଉନ ପୋଲିସ ମୋବାଇଲ ଟ୍ରାକ କରି ଏହି ମହିଳାଙ୍କୁ ବିଶୋଇ ଥାନା ଅନ୍ତର୍ଗତ ମଣଦା ନିକଟରୁ ଗିରଫ କରି ପିଲାକୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଥିଲେ।ଏ ସମ୍ପର୍କରେ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଖବର ଜଣାପଡ଼ିବା ପରେ କିଛି ସମୟ ପାଇଁ ବାରିପଦା ଟାଉନ ଥାନା ସମ୍ମୁଖରେ ପ୍ରବଳ ଜନଗହଳି ହୋଇଥିଲା।

Comment