ଓଡ଼ିଶାଲାଇଭ୍ ବ୍ୟୁରୋ

ବାଘ ଛୁଆଙ୍କ ଉପରେ ମାଡିଗଲା ଟ୍ରେନ। ମହାରାଷ୍ଟ୍ରରେ ଚନ୍ଦ୍ରପୁର ଜିଲ୍ଲା ଚନ୍ଦ୍ରପୁର- ନଗଭିଡ଼ ଷ୍ଟେସନ ମଝିରେ ଗୋନ୍ଦିଆ-ବଲ୍ଲାରସାହ ପାସେଞ୍ଜର ଟ୍ରେନ୍ ଚକ ତଳେ ୩ଟି ବାଘ ଛୁଆଙ୍କର ମୃତ୍ୟୁ ହୋଇଛି। ତଡୋବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପଠାରୁ ପ୍ରାୟ ୪ କିମି. ଦୂରରେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣା ଘଟିବା ପରେ ୨ଟି ବାଘ ଛୁଆଙ୍କର ମୃତ ଦେହ ଟ୍ରେନ୍ ଲାଇନରୁ ଉଦ୍ଧାର କରାଯାଇଛି ଏବଂ ୩୫୦ ମିଟର ଦୂରରୁ ଆଉ ଗୋଟିଏ ଛୁଆର ମୃତ ଦେହ ଉଦ୍ଧାର କରାଯାଇଛି ।

ଚନ୍ଦ୍ରପୁର ଜିଲ୍ଳା ଅନ୍ତର୍ଗତ ଜୁନୋନା ଜଙ୍ଗଲ ତଡୋବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଏହି ବାଘ ଛୁଆ ଟ୍ରେନ ଲାଇନକୁ ଚାଲି ଆସିଥିବା ଅନୁମାନ କରାଯାଉଛି। ଏମାନଙ୍କ ବୟସ ପ୍ରାୟ ୬ମାସ ହେବ ବୋଲି ଅନୁମାନ କରାଯାଉଛି।

ଜଙ୍ଗଲ ବିଭାଗଙ୍କ କହିବା ଅନୁସାରେ, ମା ବାଘୁଣୀର ପଛେ ପଛେ ୩ଟି ଛୁଆ ଟ୍ରେନ୍ ଲାଇନ୍ ପାର କରିବାବେଳେ ମାଡି ଯାଇଥିଲା ଟ୍ରେନ। ଟ୍ରେନ ଚାଳକ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ରେଳ କର୍ତ୍ତୃପକ୍ଷ ବନବିଭାଗକୁ ସୂଚନା ଦେଇଥିଲେ। ଏମାନଙ୍କର ପୋଷ୍ଟମର୍ଟମ କରାଯାଇଛି।

ବାଘ ମୃତ୍ୟୁର କାରଣ ଖୋଜିବାରେ ଲାଗିପଡିଛି ବନବିଭାଗ। ଗୁରୁବାର ୩ଜଣ ଡାକ୍ତରଙ୍କ ସମେତ, ଏନଟିସିଏ ପ୍ରତିନିଧି, ଫିଲ୍ଡ ଡାଇରେକ୍ଟର ଓ ୨ଜଣ ଡିଏଫଓଙ୍କ ଉପସ୍ଥି୍ତିରେ ବାଘର ଶବ ବ୍ୟବଛେଦ ହୋଇଛି। ଶବ ବ୍ୟବଚ୍ଛେଦ ପରେ ବାଘକୁ ପୋଡ଼ି ଦିଆଯାଇଛି।

Comment