ଓଡିଶାଲାଇଭ୍ ବ୍ୟୁରୋ

ମୋଦି ସରକାର ଆଣିଛନ୍ତି ନୂଆ ବ୍ୟବସ୍ଥା।

ଘରେ ବସି ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି? ମୋଦି ସରକାର ଆପଣଙ୍କ ପାଇଁ ଆଣଛନ୍ତି ଏକ ସୁନ୍ଦର ବ୍ୟବସ୍ଥା। ଆପଣ ଘରେ ବସି ଏକ ଲୋଗୋ ତିଆରି କରନ୍ତୁ। ଯଦି ଆପଣଙ୍କ ଡିଜାଇନ ସମସ୍ତଙ୍କଠାରୁ ଶ୍ରେଷ୍ଠ ହେବ, ତେବେ ସରକାର ଆପଣଙ୍କୁ ଦେବେ ୭୫ ହଜାର ଟଙ୍କା।

ଆଗାମୀ ଦିନରେ ୟୁପିଏସସି ତା’ର ଲୋଗୋ ବଦଳାଉଛି। ନୂଆ ଲୋଗୋ ପାଇଁ କୌଣସି ପେଶାଦାର ଡିଜାଇନରଙ୍କୁ ନିୟୋଜିତ ନକରି ସରକାର ଏହି କାମ ସାଧାରଣ ଜନତାଙ୍କୁ ଦେଇଛନ୍ତି।

ଏହା ୟୁପିଏସସି ଦ୍ୱାରା ଆୟୋଜିତ ହେଉଛି। ଆବେଦନ କରିବାର ଶେଷ ତାରିଖ ୧୧ ଡିସେମ୍ବର ସନ୍ଧ୍ୟା ୭ଟା। ଯଦି ଆପଣ ଏଥିରେ ଭାଗ ନେବା ପାଇଁ ଚାହୁଁଛନ୍ତି ତେବେ MyGov.in ରେ ଆପଣଙ୍କ ପ୍ରୋଫାଇଲ୍ ଅପଡେଟ୍ ହୋଇଥିବା ଦରକାର। ନଚେତ୍ ଆପଣଙ୍କ ଆବେଦନ ରବ୍ଦ ହୋଇପାରେ।

Comment