ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହୋଇଛି ବିଧାନସଭା ଶୀତକାଳୀନ ଅଧିବେଶନ। ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି।

ଆରମ୍ଭ ହୋଇଯାଇଛି ବିଧାନସଭା ଶୀତ ଅଧିବେଶନ। ଆରମ୍ଭରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବତନ ବିଧାୟକ ବଂଶୀଧର ସାହୁ, ଯବାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ।

ପୂର୍ବତନ ବିଧାୟକ ପ୍ରସନ୍ନ କୁମାର ପାଲ, ପୂର୍ବତନ ବିଧାୟକ ବଂଶୀଧର ସାହୁ, ସହିଦ ଯବାନ ଚମ୍ପେଶ୍ୱର ମହାକୁଡ଼, ବ୍ରଜମୋହନ ବେହେରା ଓ ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ଉଦ୍ଦେଶ୍ୟରେ ବିଧାନସଭାରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି।

ଏହି ଅଧିବେଶନରେ ବିରୋଧୀ ଚାଷୀ ସମସ୍ୟା,  ବେରୋଜଗାରୀ, ରାସନ କାର୍ଡ ବଣ୍ଟନରେ ଅନିୟମିତତା ଓ ଦୁର୍ନୀତି ଆଦି ପ୍ରସଙ୍ଗ ନେଇ ଶାସକ ଦଳକୁ ଟାର୍ଗେଟ କରିବାକୁ ଯୋଜନା କରିଥିଲେ। ତେବେ ଗୃହର ପ୍ରଥମଦିନରେ ବିରୋଧୀ ଦଳ କଂଗ୍ରେସ  ଚାଷୀ ମାରଣ ନୀତି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଛନ୍ତି। ଏନେଇ ବାଚସ୍ପତିଙ୍କ ପୋଡିୟମ ଉପରେ କଂଗ୍ରେସ ବିଧାୟକ ଚଢିଯାଇଥିଲେ। ହଟ୍ଟଗୋଳ ଯୋଗୁଁ ଶନିବାର ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।

ଗୃହ ମୁଲତବି ଘୋଷଣା ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ବିରୋଧୀ ଦଳ ପକ୍ଷରୁ ଅଣାଯାଇଥିବା ମୁଲତବି ପ୍ରସ୍ତାବରେ ଆଲୋଚନା ଗୁରୁତ୍ୱପୂର୍ଣ୍ଣ ଥିଲା। ଏଣୁ ପ୍ରଶ୍ନକାଳ ବନ୍ଦ କରି ଚାଷୀ ସମସ୍ୟା ଉପରେ ଆଲୋଚନା କରିବାକୁ ଦଳ ଦାବି କରୁଥିଲେ।”

ଏହି ଶୀତଅଧିବେଶନ ଡିସେମ୍ବର ୧୫ଯାଏଁ ଚାଲିବ। ଏଥିରେ ୨୩ଟି କାର୍ଯ୍ୟଦିବସ ରହିଛି।

Comment