ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡରେ ଏବେ କେତେଜଣ ନାୟିକା ବେଶ୍ ଚର୍ଚ୍ଚାରେ ରହିଛନ୍ତି। ଏହି ଟିନ୍ଏଜର ନାୟିକା ଏବେ ପ୍ଲସଟୁ ଫାର୍ଷ୍ଟ ଇୟର ଛାତ୍ରୀ। ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ

ଓଲିଉଡରେ ଏବେ କେତେ ଜଣ ଟିନ୍‌ଏଜର ନାୟିକା ଓଲିଉଡରେ ହଲ୍‌ଚର୍‌ ମଚାଇଛନ୍ତି। ଏମାନଙ୍କ ଭିତରୁ ତିନି ଜଣ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଏମାନେ ହେଲେ ଭୂମିକା, ସନ୍‌ମୀରା ଓ ଶିବାନୀ। ଏମାନଙ୍କ ଭିତରୁ ଦୁଇ ଜଣ ଏବେ ପ୍ଲସଟୁ ଫାର୍ଷ୍ଟ ଇୟର୍ ଛାତ୍ରୀ। ଆସନ୍ତୁ ଉଭୟଙ୍କ ବିଷୟରେ ଜାଣିବା…

ଭୂମିକା

ଭୂମିକା ଯେତେବେଳେ ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ, ସେତେବେଳେ ତାଙ୍କୁ ମିଳିଥିଲା ନାୟିକା ଭୂମିକାର ଅଫର୍। ଆଉ ସେ ଏହି ଅଫରକୁ ମଧ୍ୟ ସ୍ୱୀକାର କରିଥିଲେ। ଭୂମିକା ନାୟିକା ବନିଥିଲେ ପ୍ରଥମେ ‘ତୁ ମୋ’ ଲଭ୍‌ଷ୍ଟୋରି’ ଫିଲ୍ମ। ଏହି ଫିଲ୍ମରେ ନବାଗତ ସ୍ୱରାଜଙ୍କୁ ନିଆଯାଇଥିଲା ନାୟକ ଭୂମିକାରେ।

ଭୂମିକା ଅଭିନୀତ ପ୍ରଥମ ସିନେମା ’ତୁ ମୋ’ ଲଭ୍‌ଷ୍ଟୋରି’ର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ। ଏହା ସୁପରହିଟ୍ ଅବଶ୍ୟ ହୋଇଥିଲା। ଏହାପରେ ଭୂମିକା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ହିରୋ ନମ୍ବର ୱାନ୍’ ସିନେମାରେ କାମ କଲେ, ଯେଉଁଥିରେ ଭୂମିକାଙ୍କ ନାୟକ ଥିଲେ ବାବୁସାନ୍।

ଏହାପରେ ଭୂମିକା ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଫିଲ୍ମ ‘ନାୟକର ନାଆଁ ଦେବଦାସ’ରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ଅସିତ ଅଛନ୍ତି ନାୟକ ଭୂମିକାରେ, ଏହା ଏବେ ରିଲିଜ୍ ଅପେକ୍ଷାରେ ରହିଛି।

ତେଣେ ଭୂମିକା ପୂଜା ବଜାରର ସିନେମା ‘ଶ୍ରୀମାନ ସୁରଦାସ’ରେ ଆସୁଛନ୍ତି। ଏଥିରେ ବାବୁସାନଙ୍କ ସହ ନଜର ଆସିବେ ଭୂମିକା। ଏହି ଫିଲ୍ମର ନିର୍ଦ୍ଦେଶକ ହେଲେ ଅଶୋକ ପତି।

ହେଲେ ଆପଣ କ’ଣ ଜାଣନ୍ତି ଯେ, ଓଲିଉଡର ଏହି ଚୁଲୁବୁଲି ନାୟିକା ଭୂମିକା ଏବେ ପ୍ଲସ ଟୁ ଫାର୍ଷ୍ଟ ଇୟର ଛାତ୍ରୀ। ସେ ଭୁବନେଶ୍ୱରର ଏକ ପ୍ଲସଟୁ କଲେଜରେ ପ୍ଲସଟୁ ବିଜ୍ଞାନ ପଢ଼ୁଛନ୍ତି।

ସନ୍‌ମୀରା

ଓଲିଉଡର ଆଉ ଜଣେ ଟିନ୍‌ଏଜର ହିରୋଇନ୍ ହେଲେ ସନ୍‌ମୀରା। ତାଙ୍କୁ ମଧ୍ୟ ଦର୍ଶକ ଇତିମଧ୍ୟରେ ଟି ଓଡ଼ିଆ ସିନେମାରେ ନାୟିକା ଭୂମିକାରେ ଦେଖି ସାରିଲେଣି। ହଁ, ଶିଶୁକଳାକାରରୁ ନାୟିକା ବନିଥିବା ସନ୍‌ମୀରାଙ୍କର ନାୟିକା ଭାବେ ପ୍ରଥମ ଓଡ଼ିଆ ଛବି ହେଲା ‘ସପନର ପଥେ ପଥେ’। ସୁଶାନ୍ତ ମଣି ଏହାର ନିର୍ଦ୍ଦେଶକ ଏଥିରେ ଅମ୍ଳାନଙ୍କ ବିପକ୍ଷରେ ଡେବ୍ୟୁ କରିଥିଲେ ସନ୍‌ମୀରା।

ଏହାପରେ ସନ୍‌ମୀରାଙ୍କୁ ସ୍ୱରାଜଙ୍କ ବିପକ୍ଷରେ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ଲୈଲା ଓ ଲୈଲା’ରେ ଦେଖିବାକୁ ପାଇଥିଲେ। ତା’ପରେ ଚଳିତବର୍ଷ ସନ୍‌ମୀରାଙ୍କର ଏକ ସିନେମା ଇତିମଧ୍ୟରେ ରିଲିଜ୍ ହୋଇଛି। ଏହା ହେଲା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ଲୋକାଲ୍ ଟୋକା ଲଭ୍ ଚୋଖା’। ଏଥିରେ ବାବୁସାନଙ୍କ ସହ ନଜର ଆସିଥିଲେ ସନମୀରା।

ଏଣେ ତାଙ୍କର ଆଉ ଏକ ଓଡ଼ିଆ ସିନେମା ରିଲିଜ୍ ଅପେକ୍ଷାରେ ରହିଛି। ଏହି ଫିଲ୍ମର ଟାଇଟଲ୍ ରହିଛି ‘ଲଭ୍‌ ଏକ୍ସପ୍ରେସ୍‌’। ଏଥିରେ

ସନମୀରାଙ୍କ ନାୟକ ହେଲେ ସ୍ୱରାଜ। ରମେଶ ରାଉତ ଏହି ସିନେମାର ନିର୍ଦ୍ଦେଶକ। ହେଲେ ଆପଣ କ’ଣ ଜାଣନ୍ତି ସନ୍‌ମୀରା ବି ଏବେ ପ୍ଲସଟୁ ଫାର୍ଷ୍ଟ ଇୟରର ଛାତ୍ରୀ। ହଁ, ସନମୀରା ଏବେ ବାରିପଦାର ଏମ୍.ପି.ସି. କଲେଜ୍ ପ୍ରଥମ ବର୍ଷ କଳାଛାତ୍ରୀ।

ସେ ଅଭିନୟରେ କ୍ୟାରିଅର କରିବାକୁ ଚାହୁଁଥିବା ହେତୁ ବିଜ୍ଞାନ ପଢ଼ିନାହାନ୍ତି ବୋଲି ସନମୀରାଙ୍କ ମାଆ କହିଛନ୍ତି। ଅନ୍ୟଥା ସନମୀରା ଜଣେ ମେଧାବୀ ଛାତ୍ରୀ। ସନ୍‌ମୀରା ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ନାୟିକା ଭାବେ ବ୍ରେକ୍ ପାଇଥିଲେ ଓ ଆଗକୁ ମଧ୍ୟ ବଢ଼ି ଚାଲିଛନ୍ତି।

Comment