ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଷ୍ଟିହୀନତାର ଶିକାର ହୋଇଥିବା ୧୮୮୩ ଜଣ ଶିଶୁଙ୍କୁ ପୋଷ୍ୟ ସନ୍ତାନଭାବେ ଗ୍ରହଣ କରିଛନ୍ତି ପ୍ରଶାସନ।

ନବରଙ୍ଗପୁର ଜିଲ୍ଲାକୁ ଦୁଇଦିନ ଗସ୍ତରେ ଆସି କେବିକେ ମୁଖ୍ୟ ପ୍ରଶାସକ ସୁଦର୍ଶନ ପାଲ ଠାକୁର ସମାଜ କଲ୍ୟାଣ ବିଭାଗ ପକ୍ଷରୁ ପୁଷ୍ଟିହୀନତା ଦୂରୀକରଣ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ସମୀକ୍ଷା କରିଛନ୍ତି। ସେ ସ୍ଥାନୀୟ ସର୍କିଟ ହାଉସରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।

ଜିଲ୍ଲାରେ ପୁଷ୍ଟିହୀନତା ଦୂରୀକରଣ ଉପରେ ଜିଲ୍ଲାପାଳଙ୍କ ପଦକ୍ଷେପ ଓ ସମାଜ କଲ୍ୟାଣ ବିଭାଗର କାର୍ଯ୍ୟ ଶୈଳୀକୁ କେବିକେ ମୁଖ୍ୟ ପ୍ରଶାସକ ବହୁ ପ୍ରଶଂସା କରିଥିଲେ। ଏହି ସମୀକ୍ଷା ବୈଠକରେ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ସମେତ ସମାଜ କଲ୍ୟାଣ ଅଧିକାରୀ ନିମାଇଁ ଚରଣ ସ୍ୱର୍ଣ୍ଣକାର, ୧୦ଟି ବ୍ଲକର ସିଡିପିଓ, ସୁପରଭାଇଜର ଉପସ୍ଥିତ ଥିଲେ।

କେବିକେ ମୁଖ୍ୟ ପ୍ରଶାସକ ଠାକୁର ଗତ ଜୁଲାଇ ମାସରେ ନବରଙ୍ଗପୁର ଗସ୍ତରେ ଆସିଥିଲେ। ଏହି ସମୟରେ ଜିଲ୍ଲାରେ ୨୨୫୧ ଜଣ ଶିଶୁ କମଳା ରଙ୍ଗ (ପୁଷ୍ଟିହୀନତା) ଭାବେ ଚିହ୍ନଟ ହୋଇଥିଲେ। ସୁଷମ ଖାଦ୍ୟ ଓ ପୁଷ୍ଟି ସାଧନ କେନ୍ଦ୍ରରେ ଚିକିତ୍ସା ବ୍ୟବସ୍ଥା ପରେ ୧୧୬୦ ଜଣ ଶିଶୁଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଛି । ୩ ମାସ ମଧ୍ୟରେ ୩୬୮ଜଣ ଶିଶୁ ପୁଷ୍ଟିହୀନତା ରେ ଶିକାର ହୋଇଛନ୍ତି। ଅକ୍ଟୋବର ମାସ ସୁଦ୍ଧା ଜିଲ୍ଲାରେ ୧୮୮୩ ଜଣ ଶିଶୁ ପୁଷ୍ଟିହୀନତା ଶିକାର ଥିବା ଜଣାପଡିଛି।

ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ସିଡିପିଓ, ସୁପରଭାଇଜର ଓ ଅଙ୍ଗନବାଡି କର୍ମୀମାନେ ୧୮୮୩ ଜଣ ଶିଶୁଙ୍କୁ ପୋଷ୍ୟ ସନ୍ତାନଭାବେ ଗ୍ରହଣ କରି ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଦାଇତ୍ୱ ନେଇଛନ୍ତି। ଶିଶୁମାନଙ୍କୁ କିଭଳି ଛତୁଆ ଗରମ କରି ଖୁଆଇବା, ଓଜନ କରିବା ସେନେଇ ଅଙ୍ଗନବାଡି କର୍ମୀ ଓ ସୁପରଭାଇଜର ସିଡିପିଓମାନେ ଗାଁ ଗାଁ ବୁଲି ପ୍ରତ୍ୟେକ ପରିବାର ଲୋକଙ୍କୁ ପ୍ରଶିକ୍ଷଣ ଦେଉଥିବା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୂଚନା ଦେଇଥିଲେ।

ଗତ ଜୁଲାଇ ମାସରେ କେବିକେ ପ୍ରଶାସକ ତେନ୍ତୁଳିଖୁଣ୍ଟି ବ୍ଲକ ଲଦୀପଦର ଗାଁକୁ ଯାଇଥିଲେ। ସେଠାରେ ମଧୁଜ।ନୀଙ୍କ ଦୁଇଜଣ ଯାଆଁଳା ଶିଶୁ ରଞ୍ଜି ଯ।ନୀ ଓ ସଞ୍ଜୟ ଯାନୀ ଙ୍କୁ ପୁଷ୍ଟିହୀନତ।ର ଶିକାର ଭାବେ ଚିହ୍ନଟ କରାଯାଇଥିଲା। ସେମାନଙ୍କ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ପୁଷ୍ଟିକର ଖାଦ୍ୟ, ଛତୁଆ, ବାଦାମ ଲଡୁ ଓ ରନ୍ଧା ଖାଦ୍ୟ କିପରି ଖାଇବେ ତାହ।ନେଇ ଶିଶୁର ମା ଓ ପରିବାର ବର୍ଗଙ୍କୁ ଅଙ୍ଗନବାଡି କର୍ମୀ ସୁପରଭାଇଜରମାନେ ତାଲିମ ଦେବାକୁ କହିଥିଲେ। ୩ ମାସ ମଧ୍ୟରେ ଉକ୍ତ ଦୁଇଜଣ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିବା ସହ ଓଜନର ମଧ୍ୟ ବୃଦ୍ଧି ଘଟିଥିବା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କହିଛନ୍ତି।

Comment