ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବ୍ରହ୍ମ ବିଭ୍ରାଟ ବିବାଦ ଥମିବା ନାଁ ଧରୁନାହିଁ। ଏ ନେଇ ଏବେ ପୁରୀ ମହାରାଜା ଦିବ୍ୟସିଂହ ଦେବ ମୁହଁ ଖୋଲିଛନ୍ତି। ୨୦୧୫ରେ ନବକଳେବର ସମୟରେ ବ୍ରହ୍ମ ପରିବର୍ତ୍ତନ ବେଳେ ଯେଉଁ  ବିଭ୍ରାଟ ସୃଷ୍ଟି ହୋଇଥିଲା ତାହାର ପୂର୍ଣ୍ଣଛେଦ ପଡ଼ିବା ପରିବର୍ତ୍ତେ ଏହା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହି ଘଟଣାରେ ନିଜ ପ୍ରତିକ୍ରିୟା ପ୍ରକାଶ କରି ପୁରୀ ଗଜପତି ମହାରାଜା କହିଛନ୍ତି ଯେ, ଅଧ୍ୟାତ୍ମିକତାର ଅଭାବରୁ ଏହିଭଳି ଘଟଣା ଘଟିଛି।

ଉଲ୍ଲେଖଯୋଗ୍ୟ ଯେ, ଦାରୁ ଫିକ୍ସିଂକୁ ନେଇ ଏବେ ନୂଆ ବିବାଦ ସୃଷ୍ଟି ହୋଇଛି।

ଦିବ୍ୟସିଂହ ଦେବ କହିଛନ୍ତି, “ସମଗ୍ର ବିଶ୍ୱରେ ଯେତେ ପ୍ରକାର ଧାର୍ମିକ ବିଶୃଙ୍ଖଳା ଦେଖା ଦେଇଛି ତାହା ପଛରେ ମୂଳ କାରଣ ଅଧ୍ୟାତ୍ମିକତାର ଅଭାବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ପ୍ରତି ବିଶ୍ଵାସ ଓ ଅଙ୍ଗୀକାର ନ ରହିଲେ ଏଭଳି ବିଭ୍ରାଟ ଘଟିବା ସୁନିଶ୍ଚିତ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ପ୍ରତ୍ୟେକ ଓଡିଆଙ୍କ ଧ୍ୟେୟ ହେବା ଦରକାର।”

Comment