ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ସୋବର ବୟ ସବ୍ୟସାଚୀଙ୍କ ଅନ୍‌ସ୍କ୍ରିନ୍‌ ରୋମାନ୍ସ କରିବାର ସୁଯୋଗ କେତେକ ନାୟିକାଙ୍କୁ ଏକାଧିକ ବାର ମିଳିଛି। ହେଲେ ଏମିତି ବି କିଛି ଜଣାଶୁଣା ନାୟିକା ଅଛନ୍ତି, ଯେଉଁମାନେ ଥରୁଟିଏ ମାତ୍ର ସବ୍ୟସାଚୀଙ୍କ ନାୟିକା ବନିଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ…

ଓଲିଉଡର ସୋବର ବୟ ସବ୍ୟସାଚୀ ପ୍ରଖ୍ୟାତ ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ’ପାଗଳ ପ୍ରେମୀ’ ଜରିଆରେ ନାୟକ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥିରେ ତାଙ୍କର ନାୟିକା ବନିଥିଲେ ଅର୍ପିତା। ଏହା ହିଁ ଯୋଡ଼ିଙ୍କର ପ୍ରଥମ ଓ ଅନ୍ତିମ ସିନେମା ଥିଲା। ହେଲେ ଆପଣ ଜାଣନ୍ତି କି! ଏମିତି ବି ଆହୁରି କିଛି ନାୟିକା ଅଛନ୍ତି, ଯେଉଁମାନେ ଏକାଧିକ ସିନେମାରେ ଅଭିନୟ କରିଛନ୍ତି। ମାତ୍ର ପରଦାରେ ସବ୍ୟସାଚୀଙ୍କ ସହିତ ଥରେ ମାତ୍ର ଅଭିନୟ କରିବାର ସୁଯୋଗ ପାଇଛନ୍ତି।

ରୀୟା ଦେ

ଓଲିଉଡର ଗର୍ଜିଅସ୍ ହିରୋଇନ୍ ରୀୟା ଦେ ସୋବର ବୟ ସବ୍ୟସାଚୀଙ୍କ ବିପକ୍ଷରେ କେବଳ ଗୋଟିଏ ସିନେମାରେ ନାୟିକା ବନିଛନ୍ତି। ’ଏମିତି ବି ପ୍ରେମ ହୁଏ’ ଫିଲ୍ମରେ ସବ୍ୟସାଚୀ-ରୀୟାଙ୍କ ଯୋଡ଼ିକୁ ଦେଖିବାକୁ ମିଳିଥିଲା। ନିଶିକାନ୍ତ ଦଳ ବେହେରା ଏହାର ନିର୍ଦ୍ଦେଶନା ଦେଇଥିଲେ। ଏହି ଭିନ୍ନ ସ୍ୱାଦର ପ୍ରେମକାହାଣୀ ଉପରେ ଆଧାରିତ ସିନେମାରେ ପ୍ରଥମ ଓ ଅନ୍ତିମ ଥର ଲାଗି ସବ୍ୟ-ରୀୟାଙ୍କ ଯୋଡ଼ିକୁ  ଦେଖିବାକୁ ମିଳିଥିଲା।

ପ୍ରକୃତି ମିଶ୍ର

ଓଲିଉଡର ଅନ୍ୟତମ ଲୋକପ୍ରିୟ ନାୟିକା ହେଲେ ପ୍ରକୃତି ମିଶ୍ର। ସେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ତଥା ଅକ୍ଷୟ କୁମାର ପରିଜାଙ୍କ ପ୍ରଯୋଜିତ ଫିଲ୍ମ ‘ଥୁକୁଲ୍’ରେ ପ୍ରଥମେ ନାୟିକା ବନିଥିଲେ। ହେଲେ ଆପଣ ଜାଣନ୍ତି କି ଏଯାଏଁ ସୋବର ବୟ ସବ୍ୟସାଚୀଙ୍କ ବିପକ୍ଷରେ କେବଳ ଗୋଟିଏ ସିନେମା ‘ଓମ ସାଇରାମ’ରେ ନାୟିକାଭାବେ ନଜର ଆସିଛନ୍ତି।

ଲିପି

ଆଲବମ୍ କୁଇନ୍ ଭାବେ ଏକଦା ପରିଚିତ ଥିଲେ ଲିପି। ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ତୁ ମୋରି ପାଇଁ’। ଜୟ ପ୍ରକାଶ ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ସିନେମାରେ ସବ୍ୟସାଚୀ ଓ ଲିପିଙ୍କ ଅନସ୍କ୍ରିନ୍‌ ରୋମାନ୍ସ ଦେଖିବାକୁ ମିଳିଥିଲା। ଏହା ପରେ ଲିପି ବ୍ୟାଡଗାର୍ଲ, ଗଳ୍ପ ନୁହେଁ ଅଳ୍ପ ଦିନର ଆଦି ସିନେମାରେ ନାୟିକା ଭୂମିକା ନିଭାଇଥିଲେ ହେଁ ଏଥିମଧ୍ୟରୁ କୌଣସିଟିରେ ଲିପିଙ୍କ ନାୟକ ନଥିଲେ ସବ୍ୟସାଚୀ।

ବବ୍‌ଲି

ଅଳ୍ପ ସଂଖ୍ୟକ ଓଡ଼ିଆ ସିନେମାରେ ନାୟିକା ଭୂମିକା ନିଭାଇଥିଲେ ବି ଦର୍ଶକଙ୍କ ନିକଟରେ ଆଦୌ ଅପରିଚିତ ନୁହଁନ୍ତି ବବ୍‌ଲି। ସେ ରବୀନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ‘ଆଖି ପଲକରେ ତୁ’ ଜରିଆରେ ଓଲିଉଡରେ ହିରୋଇନ୍ ଭାବେ ଏଣ୍ଟ୍ରି କରିଥିଲେ। ନିଜ ଅଭିନୀତ ପ୍ରଥମ ଓଡ଼ିଆ ଫିଲ୍ମରେ ବବ୍‌ଲି ସବ୍ୟସାଚୀଙ୍କ ସହ ଅଭିନୟ କରିଥିଲେ।

‘ଆଖିପଲକରେ ତୁ’ ପରେ ବବଲି ଗଳ୍ପ ନୁହେଁ ଅଳ୍ପ ଦିନର ଏବଂ ଟିକେ ଅନାଡ଼ି ପୁରା ଖିଲାଡ଼ି ଆଦି ଓଡ଼ିଆ ଛବିରେ ନାୟିକା ଭୂମିକାରେ ନଜର ଆସିଛନ୍ତି। ହେଲେ ଏଥିମଧ୍ୟରୁ କୌଣସି ଗୋଟିକରେ ସବ୍ୟସାଚୀଙ୍କ ସହ ରୋମାନ୍ସ କରିବାର ସୁଯୋଗ ମିଳିନଥିଲା ବବ୍‌ଲିଙ୍କୁ।

Comment