ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ କିଛି ଷ୍ଟାରମାନଙ୍କର ଆଫେଆର୍ ଖୁବ୍‌ ଚର୍ଚ୍ଚାକୁ ଆସିଥିଲା, କିନ୍ତୁ ଗୋପନୀୟ ନଥିଲା।ଜାଣନ୍ତୁ ଏଭଳି କେତେକ ନାମୀଦାମୀ ତାରକାଙ୍କ ସ୍ମଲ୍ ଆଫେଆର୍‌ କଥା।

ଶାହରୁଖ୍‌ ଖାନ୍‌ – ପ୍ରିୟଙ୍କା ଚୋପ୍ରା

ବଲିଉଡର ସୁପରଷ୍ଟାର ଶାହାରୁଖ୍‌ ଖାନ୍‌ ଓ ନାମୀ ନାୟିକା ପ୍ରିୟଙ୍କା ଚୋପ୍ରାଙ୍କ ଗୋପନୀୟ ଆଫେଆର୍‌କୁ ନେଇ ଦିନେ ବଲିଉଡ ହୁଲସ୍ତୁଲ୍ ହୋଇଥିଲା। କୁହାଯାଏ ଯେ, ପ୍ରିୟଙ୍କାଙ୍କ ସହିତ ସ୍ୱାମୀଙ୍କ ଆଫେଆର୍‌କୁ ନେଇ ପତ୍ନୀ ଗୌରୀ ଖାନ୍‌ ଚିନ୍ତିତ ଥିଲେ। ଗୌରୀ ଶାହାରୁଖ୍‌ଙ୍କୁ ତାଗିଦ୍‌ କରିବା ପରେ ଏହି ଚର୍ଚ୍ଚାର ଅନ୍ତ ଘଟିଥିଲା। ଏହି କାରଣରୁ ଶାହାରୁଖ୍‌ ଓ ପ୍ରିୟଙ୍କା କୌଣସି ସିନେମାରେ ଏକାଠି ଗତ କିଛି ବର୍ଷ ହେବ ଦେଖାଦେଇନାହାନ୍ତି।

ହ୍ରିତିକ ରୋଶନ୍ – କଙ୍ଗନା ରାନାୱତ

ବଲିଉଡ ସୁପରଷ୍ଟାର ହ୍ରିତିକ୍‌ ରୋଶନ୍‌ ଓ ହଟ୍ ହିରୋଇନ୍‌ କଙ୍ଗନା ରାନାୱତ ‘କ୍ରିଶ୍’ରେ ଏକାଠି କାମ କରିବାବେଳେ ପରସ୍ପରର ନିକଟତର ହୋଇଥିଲେ। ସେହିସମୟରେ  ହ୍ରିତିକ୍‌ ଓ କଙ୍ଗନାଙ୍କ ଆଫେଆର୍‌ ହୁଲୁସ୍ତୁଲ ହୋଇଥିଲା। ତା’ପରେ ସେ ଦୁହେଁ ପୁଣି ‘କାଇଟସ୍’ରେ ଏକାଠି କାମ କରିଥିଲେ। କଙ୍ଗନାଙ୍କ ଯୋଗୁଁ ହ୍ରିତିକଙ୍କ ପତ୍ନୀ ସୁଜାନେ ସ୍ୱାମୀଙ୍କଠାରୁ ଅଲଗା ହୋଇଥିଲେ ବୋଲି ଚର୍ଚ୍ଚା ହୋଇଥିଲା।

ପ୍ରଭାସ – ଅନୁଷ୍କା

‘ବାହୁବଲୀ’ ଫେମ୍‌ ଆକ୍ଟର ପ୍ରଭାସ ଓ ନାୟିକା ଅନୁଷ୍କା ସେଟ୍ଟିଙ୍କର ଆଫେଆରକୁ ନେଇ ବି ବେଶ୍ ଚର୍ଚ୍ଚା ଧରିଥଲା। ସେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଶୁଣାଯାଇଥିଲା, କିନ୍ତୁ ପରେ ଏମାନଙ୍କର ଗୋପନୀୟ ପ୍ରେମ ସମ୍ପର୍କରେ ଭଟ୍ଟା ପଡ଼ିଥିଲା।

ଗୋବିନ୍ଦା – ରାଣୀ ମୁଖାର୍ଜୀ

ବଲିଉଡର ଲୋକପ୍ରିୟ କମେଡ଼ି ହିରୋ ଗୋବିନ୍ଦା ଓ ହିରୋଇନ୍ ରାଣୀ ମୁଖାର୍ଜୀଙ୍କ ଆଫେଆର୍ ମଧ୍ୟ ବେଶ୍‌ ଚର୍ଚ୍ଚାକୁ ଆସିଥିଲା। ଏ ଦୁହେଁ ପ୍ରଥମେ ‘ହଦ୍‌ କରଦୀ ଆପ୍‌ନେ’ରେ ଏକାଠି କାମ କରିଥିଲେ। ତା’ପରେ ଗୋବିନ୍ଦା ଓ ରାଣୀଙ୍କ ଆଫେଆର୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା।

ପରବର୍ତ୍ତୀ ସମୟରେ ଗୋବିନ୍ଦା ନିର୍ଦ୍ଦେଶକମାନଙ୍କୁ ରାଣୀଙ୍କ ନାଆଁ ସୁପାରିଶ୍ କରିଥିଲେ।

ଏ କଥା ପ୍ରଚାରିତ ହେବା ପରେ ଗୋବିନ୍ଦାଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଘର ଛାଡ଼ି ଚାଲି ଯାଇଥିଲେ। ପରେ ଅବଶ୍ୟ ରାଣୀଙ୍କଠାରୁ ଦୂରେଇଥିଲେ ଗୋବିନ୍ଦା।

ଅକ୍ଷୟ କୁମାର – ପ୍ରିୟଙ୍କା ଚୋପ୍ରା

ଅନ୍ଦାଜ୍, ମୁଝ୍‌ସେ ଶାଦି କରୋଗି, ‘ୱକ୍ତ’ ଭଳି ସିନେମାର ହିଟ୍ ଯୋଡ଼ି ହେଲେ ଅକ୍ଷୟ କୁମାର ଓ ପ୍ରିୟଙ୍କା ଚୋପ୍ରା। ଏ ଦୁହିଁଙ୍କର ଆଫେଆର୍‌କୁ ନେଇ ବି ସେ ସମୟରେ ବଲିଉଡ ହୁଲସ୍ତୁଲ ହୋଇଥିଲା।

‘ଏତରାଜ୍‌’ ଫିଲ୍ମର ସୁଟିଂ ସମୟରେ ଏ ଖବର ପାଇବା ମୋତେ, ପତ୍ନୀ ଟ୍ୱିଙ୍କଲ ଖାନ୍ନା ଅକ୍ଷୟ କୁମାରଙ୍କୁ ସର୍ବସାଧାରଣରେ ଚାପୁଡ଼ା ମାରିଥିଲେ। ଏହା ପରେ ଅକ୍ଷୟଙ୍କ ପ୍ରେମ ନିଶା ଉତୁରିଗଲା ଓ ସେ ପ୍ରିୟଙ୍କା ଚୋପ୍ରାଙ୍କ ସହିତ ଆଉ କାମ ନ କରିବାର ନିଷ୍ପତ୍ତି ନେଇଥିଲେ।

Comment