ଓଡ଼ିଶାଲାଇଭ୍‌ ବ୍ୟୁରୋ

କାର୍ତ୍ତିକ ମାସ ବା ଧର୍ମ ମାସର ଶେଷ ପାଞ୍ଚ ଦିନକୁ ପଞ୍ଚୁକ ବୋଲି କୁହାଯାଏ। ସୋମବାରଠାରୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ପଞ୍ଚୁକ ୫ ଦିନ ଶ୍ରୀଜିଉ ଶ୍ରଦ୍ଧାଳୁଙ୍କୁ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ। ଏଥିସହ ସୋମବାର ଶ୍ରୀଜିଉ ଶ୍ରଦ୍ଧାଳୁଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଛନ୍ତି। ଖାସ୍ ସେଥିପାଇଁ ଏହି ସମୟରେ ଶୃଙ୍ଖଳିତ ନୀତିକାନ୍ତି ଉପରେ ଶ୍ରୀମନ୍ଦିର ପ୍ରଶାସନ ବେଶ୍‌ ଗୁରୁତ୍ୱ ଦେଇଛି।

ଭିଡ଼କୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଭିଡ଼ ନିୟନ୍ତ୍ରଣ ପାଇଁ କାଠ ବ୍ୟାରିକେଡ୍‌ ସହ ଲୁହା ବ୍ୟାରିକେଡ୍‌ ନିର୍ମାଣ କରାଯାଇଛି।  ପ୍ରଥମ ୩ ଦିନ ପାଇଁ ୧୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଏଥିସହ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ତା’ ପୂର୍ବଦିନ ଠାରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯିବ। ଅଧିକ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହିତ ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।

Comment