ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ଆଇନଜୀବୀ ସୀମାଦ୍ରୀ ମିଶ୍ରଙ୍କ ଜନ୍ମ ଶତବାର୍ଷିକ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନଜୀବୀ ସଂଘର ସଭାପତି ନରସିଂହ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଆଇନଜୀବୀ ସଙ୍ଘ ସମ୍ପାଦକ ରାମପ୍ରସାଦ ପାତ୍ର ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଏହି ଅବସରରେ ସ୍ୱର୍ଗତ ସୀମାଦ୍ରୀ ମିଶ୍ରଙ୍କ ୪ଜଣ ପୁତ୍ର ଜଗଦୀଶ ଚନ୍ଦ୍ର ମିଶ୍ର, ଅରୁଣ ମିଶ୍ର, ଅନୀଲ ମିଶ୍ର ଏବଂ ଅଶୋକ ମିଶ୍ରଙ୍କ ମିଳିତ ଉଦ୍ୟମରେ ନବରଙ୍ଗପୁର ଭିଜିଲାନ୍ସ କାର୍ଯ୍ୟାଳୟ ନିକଟରେ ଏକ ଦାତବ୍ୟ ଚକ୍ଷୁ ଚିକିତ୍ସାଳୟର ଭିତ୍ତି ପ୍ରସ୍ଥର ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ, ସମ୍ମାନିତ ଅତିଥି ନବରଙ୍ଗପୁର ଏସପି ବିବେକାନନ୍ଦ ଶର୍ମା ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ଚିକିତ୍ସା ଅଧିକାରୀ ସରୋଜ କୁମାର ନାୟକ ଯୋଗ ଦେଇଥିଲେ।

ଏହି ଅବସରରେ ନବରଙ୍ଗପୁରରେ ଏହି ନେତ୍ରାଳୟ ହେବା ଦ୍ୱାରା ନବରଙ୍ଗପୁର ଜିଲ୍ଲା ସମେତ ଆଖପାଖ ସମସ୍ଥ ଜିଲ୍ଲାର ଲୋକ ମଧ୍ୟ ବହୁତ ଉପକୃତ ହେବେ ବୋଲି ସଂଘର ସଭାପତି ନରସିଂହ ତ୍ରିପାଠୀ କହିଥିଲେ। ଆଇନଜୀବୀ ଏନ ଅହମ୍ମଦ, ପ୍ରକାଶ ଚନ୍ଦ୍ର ମିଶ୍ର, ସମରେଶ ଗନ୍ତ।ୟତ ଯୋଗଦେଇ ସ୍ୱର୍ଗତ ମିଶ୍ରଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ଜଗଦୀଶ ଚନ୍ଦ୍ର ମିଶ୍ର, ଅଶୋକ ମିଶ୍ର ଏବଂ ଅଧ୍ୟାପକ ଅନୀଲ ମିଶ୍ର ଯୋଗଦେଇ ଏହି ସୀମାଦ୍ରୀ ମିଶ୍ର ନେତ୍ରାଳୟର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରାୟ ୧ ଏକର ପରିମିତ ପ୍ରସ୍ତାବିତ ଜମିରେ ୫ହଜାର ୪ଶହ ଵର୍ଗଫୁଟର କୋଠାଗୃହ ନିର୍ମାଣ କରାଯାଇ ସେଠାରେ ଏହି ନେତ୍ରାଳୟ କାର୍ଯ୍ୟ କରିବ ବୋଲି ସୂଚନା ଦେଇଛନ୍ତି।

ଏଥି ସହିତ ଏଠାରେ ପ୍ରାଥମିକ ପର୍ଯ୍ୟାୟରେ କୋଠା ନିର୍ମାଣରେ ପ୍ରାୟ ୫୦ଲକ୍ଷ ଏବଂ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଯନ୍ତ୍ରପାତି ପାଇଁ ପ୍ରାୟ ଦେଢ଼ କୋଟି ଟଙ୍କ।ଖର୍ଚ୍ଚ ହେବ। ଏହି କାର୍ଯ୍ୟକ୍ରମ ରେ ସ୍ୱର୍ଗତ ମିଶ୍ରଙ୍କ ପରିବାରର ସମସ୍ତ ସଦସ୍ୟ ଯୋଗ ଦେଇଥିବାବେଳେ ଆଇନଜୀବୀ ସଂଘ ସଭାପତି ନରସିଂହ ତ୍ରିପାଠୀ, ସମ୍ପାଦକ ରାମପ୍ରସାଦ ପାତ୍ର, ଉପ ସଭାପତି ହରିନାରାୟଣ ବେହେରାଙ୍କ ସମେତ ଆଇନଜୀବୀ ସମରେଶ ଗନ୍ତ।ୟତ, ଅନୁପମ।  ଗନ୍ତ।ୟତ, ପ୍ରଫୁଲ୍ଲ ସିଂ, ବସନ୍ତ ରଥ, କିଶୋର ପଟ୍ଟନାୟକ, ଗୋପାଳ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।

Comment