ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ଅକ୍ଷୟ ମିଶ୍ର ଓ ଜଷ୍ଟିସ ଶତ୍ରୁଘ୍ନ ପୂଜାହରି।

ଓଡିଶା ହାଇକୋର୍ଟର ୨ ନୂଆ ବିଚାରପତି ସୋମବାର ଶପଥ ଗ୍ରହଣ କରିଛନ୍ତି। ଏହି ୨ ନୂଆ ବିଚାରପତି ହେଲେ ଜଷ୍ଟିସ୍ ଅକ୍ଷୟ ମିଶ୍ର ଓ ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହରି। ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଛି।

ଏହି ଶପଥ ପାଠ ଉତ୍ସବ ହାଇକୋର୍ଟର ସମ୍ମିଳନୀ କକ୍ଷରେ ହୋଇଥିଲା। ଏହି ଶପଥ ଗ୍ରହଣ ଉତ୍ସବରେ କଟକ ଜିଲ୍ଲାର ଜିଲ୍ଲାପାଳ, ଟୁଇନ୍ ସିଟି ପୋଲିସ କମିଶନର ଏବଂ ଓଡିଶା ହାଇକୋର୍ଟର ବରିଷ୍ଠ ବିଚାରପତି ପ୍ରମୁଖ ଉପସ୍ଥିତ ଥିଲେ।

ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହରି ପୂର୍ବରୁ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟ କରିଛନ୍ତି। ଏହାପରେ ତାଙ୍କୁ ମାଡ୍ରାସ ହାଇକୋର୍ଟରେ ବଦଳି ହୋଇଥିଲା। ଏବେ ପୁଣି ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଯୋଗ ଦେଇଛନ୍ତି।

Comment