ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜସ୍ଥାନର ଯୋଧପୁରରେ ବାହାହେବେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଆମେରିକୀୟ ଗାୟକ ନିକ୍ ଜୋନାସ।

ବଲିଉଡରେ ଏବେ ବିବାହ ସିଜିନ ଚାଲିଛି। ରଣବୀର-ଦୀପିକାଙ୍କ ବିବାହ ସରିଥିବା ବେଳେ ଏବେ ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ବିବାହକୁ ନେଇ ଚର୍ଚ୍ଚା। ପ୍ରିୟଙ୍କା ବିଦେଶରେ ନୁହେଁ, ଦେଶରେ ବିବାହ କରିବେ। ଆଉ ଏହି ବିବାହ ରାଜସ୍ଥାନର ଯୋଧପୁରରେ ଅନୁଷ୍ଠିତ ହେବ।  ନିକ୍‌ଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିବେ ପ୍ରିୟଙ୍କା।

ଯୋଧପୁରର ତାଜ ଉମୈଦ ଭବନ ପ୍ୟାଲେସରେ ପ୍ରିୟଙ୍କା ଓ ନିକ୍‌ଙ୍କର ବିବାହ ହେବ। ତେବେ ବିଦେଶରେ ବଲିଉଡ ବିବାହରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ପ୍ରିୟଙ୍କାଙ୍କ ବିବାହରେ ଗୋଟିଏ ରାତି ପାଇଁ ଖର୍ଚ୍ଚ ହେବ ୪୩ ଲକ୍ଷ। ଏଥିପାଇଁ ଏହି ପ୍ୟାଲେସରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି।

ନଭେମ୍ବର ୩୦ ଓ ଡିସେମ୍ବର ୧ରେ ଦୁଇ ଦିନ ଧରି ବିବାହ ଅନୁଷ୍ଠିତ ହେବ। ପ୍ରିୟଙ୍କାଙ୍କ ମାଆ ମଧୁ ଚୋପ୍ରା ବିବାହର ସମସ୍ତ ତଦାରଖ କରୁଛନ୍ତି। ଯୋଧପୁରରେ ଇଭେଣ୍ଟ ଆୟୋଜକ, ହୋଟେଲ ମାଲିକ ଓ ଡିଜାଇନରଙ୍କ ସହ ଡିଲ କରିଛନ୍ତି। ବିବାହ ପାଇଁ ଉମୈଦ ଭବନ ଓ ମେହରାନଗଡ କିଲ୍ଲାରେ ପ୍ରସ୍ତୁତି ଆରମ୍ଭ ହୋଇଛି।

“ଯୋଧପୁର ପ୍ରିୟଙ୍କାଙ୍କ ପ୍ରିୟ ସହର ତେଣୁ ଏଠାରେ ହିଁ ବିବାହ ହେବ,” କହିଛନ୍ତି ପ୍ରିୟଙ୍କାଙ୍କ ମା’।

ଏବେ ପ୍ରିୟଙ୍କା ନିଜର ‘ଫିଲ୍ମ ସ୍କାଏ ଇଜ୍ ପିଙ୍କ’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

Comment