ଓଡ଼ିଶାଲାଇଭ୍ ବ୍ୟୁରୋ

ନିକଟରେ ଅନୁଗୁଳ ଜିଲ୍ଲାସ୍ଥିତ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରୁ ମହାବଳ ବାଘ ‘ମହାବୀର’ର ମୃତ୍ୟୁ ଦେହ ଉଦ୍ଧାର ହୋଇଥିଲା। ସୋମବାର ମୃତ୍ୟୁର କାରଣ ସ୍ପଷ୍ଟ କରିଛି ବନ ବିଭାଗ। ଏଥିସହ ମହାବଳର ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ଆସିଯାଇଛି।

ରିପୋର୍ଟ ଅନୁସାରେ, ମହାବଳ ବାଘର ପାକସ୍ଥଳୀରୁ ୭ରୁ ୮ଟି ଝିଙ୍କ କାଠି ମିଳିଥିଲା। ସାତକୋଶିଆ ଫିଲ୍ଡ ଡାଇରେକ୍ଟର ସୁଦର୍ଶନ ପଣ୍ଡା ଏବିଷୟରେ ସୂଚନା ଦେଇଛନ୍ତି। ଏଥିସହ ଝିଙ୍କକୁ ଗିଳି ଦେଇଥିବାରୁ ମହାବଳର ମୃତ୍ୟୁ ଘଟିଛି। ସଂକ୍ରମଣ ଯୋଗୁଁ ବାଘର ଅଙ୍ଗ ପ୍ରତ୍ୟଙ୍ଗ ଅକାମୀ ହୋଇ ଯାଇଥିଲା।

ଅନ୍ୟପଟେ ପ୍ରଥମଥର ପାଇଁ ବାଘୁଣୀ ‘ସୁନ୍ଦରୀ’ ର ଭିଡିଓ ଜାରି କରିଛି ବନ ବିଭାଗ। ବାଘୁଣୀର ଅବସ୍ଥା ଭଲ ଅଛି ବୋଲି ବନବିଭାଗ ସୂଚନା ଦେଇଛି। ଏଥିସହ ସୁନ୍ଦରୀ ୨ଟି ଛେଳି ଓ ଗୋଟିଏ ବାର୍‌ହାକୁ ମାରି ଖାଇଛି।

Comment