ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକରେ ଏକ ଲଜ୍ଜାକର ଘଟଣା ଘଟିଛି। ସେଠାରେ ଥିବା ଏକ ଏଟିଏମ୍‌ ଭିତରେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଶନିବାର ଦିନ ଏହି ଘଟଣା ଘଟିଥିବା କୁହାଯାଉଛି। ଏଥିସହ ଏବିଷୟରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, କଲେଜ ଛକ ପିଲିଗ୍ରୀମ୍ ରାସ୍ତାରେ ଥିବା ଏକ ଏଟିଏମ୍‌ ଭିତରେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି। ଏନେଇ ମାଲଗୋଦାମ ଥାନାରେ ପୀଡ଼ିତା ନିଜେ ଅଭିଯୋଗ କରିଛନ୍ତି।

ଏହି ଅଭିଯୋଗକୁ ଭିତ୍ତି କରି ଘଟଣାରେ ସଂପୃକ୍ତି  ଥିବା ଏଟିଏମ୍‌ର ସିକ୍ୟୁରିଟି ଗାର୍ଡ ଓ ତାଙ୍କର ଜଣେ ସାଙ୍ଗକୁ ପୋଲିସ ଗିରଫ କରିଛି। ଏଥିସହ ପୋଲିସ ଘଟଣାର ତଦନ୍ତ କରୁଛି।

ଉଭୟେ ମିଶି ଉକ୍ତ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ମହିଳାଙ୍କର ଡାକ୍ତରୀ ମାଇନା କରାଯିବା ସହ ବୟାନ ରେକର୍ଡ କରାଯାଇଛି।

ମହିଳାଙ୍କ ବୟାନ ଅନୁସାରେ, ଉକ୍ତ ମହିଳାଜଣଙ୍କୁ ସ୍ଥାନୀୟ ଅଞ୍ଚଳରେ ଏକୁଟିଆ ଦେଖି ସିକ୍ୟୁରିଟି ଗାର୍ଡ ଓ ତାଙ୍କର ସାଙ୍ଗ ତାଙ୍କୁ ଉଠାଇ ଆଣି ଏଟିଏମ୍‌ ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Comment