ଓଡ଼ିଶାଲାଇଭ୍ ବ୍ୟୁରୋ

  • ମଇଁଷିକୁ ଧକ୍କା ଦେବା ଫଳରେ ମହାନଦୀରେ ଖସି ପଡ଼ିଲା ବସ୍
  • ତାଳଚେରରୁ କଟକ ଆସୁଥିଲା ଏହି ବସ୍
  • ୩୦ ଫୁଟ୍ ତଳେ ବାଲିରେ ପଡ଼ିଲା ବସ୍‌
  • ଦୁର୍ଘଟଣାରେ ୭ ମୃତ ଏବଂ ୨୫ ରୁ ୩୦ ଯାତ୍ରୀ ଗୁରୁତର ଆହତ

ମଙ୍ଗଳବାର ସନ୍ଧ୍ୟାବେଳେ କଟକ ମହାନଦୀ ବ୍ରିଜ୍‌ରେ ଘଟିଛି ଅଭାବନୀୟ ଘଟଣା। ଜଗତପୁର ମହାନଦୀ ବ୍ରିଜ ଉପରୁ କଟକ ବାଦାମବାଡ଼ିକୁ ଆସୁଥିବା ଯାତ୍ରୀବାହୀ ବସ୍ ମହାନଦୀ ଭିତରକୁ ଖସି ପଡ଼ିଛି। ବସ୍‌ଟି ପୋଲରୁ ଖସି ବାଲି ଉପରେ ପଡ଼ିଯାଇଥିଲା। ତାଳଚେରରୁ କଟକ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି ଜଗତପୁରରୁ ଶିଖରପୁର ଆସିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଘରୋଇ ବସଟିର ନାମ “ଜଗନ୍ନାଥ”।

ଅନ୍ଧାରରେ ସାମ୍ନା ସାମ୍ନି ମଇଁଷିକୁ ଧକ୍କା ଦେବା ପରେ ବସଟି ଭାରସାମ୍ୟ ହରାଇ ମହାନଦୀର ବ୍ରିଜରୁ ୩୦ ଫୁଟ ତଳକୁ ବାଲି ଶଯ୍ୟାରେ ଖସି ପଡିଛି।

ଏହି ଦୁର୍ଘଟଣାରେ ବସ୍‌ରେ ଥିବା ପ୍ରାୟ ୨୫ ରୁ ୩୦ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ୭ ଜଣ ମୃତ୍ୟୁବରଣ କରିଥିବା ଡିଜିପି ସୂଚନା ଦେଇଛନ୍ତି। ଗୁରୁତର ଯାତ୍ରୀମାନଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ କମିଶନରେଟ ପୋଲିସ, ଓଡ୍ରାଫ ଟିମ୍ ଓ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Comment