ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଜିଲ୍ଲା ଜଗତପୁର ନିକଟରେ ଘଟିଛି ଏକ ଅଘଟଣ। ମଙ୍ଗଳବାର ସନ୍ଧ୍ୟାରେ ଜଗତପୁର ନିକଟରେ ଥିବା ମହାନଦୀ ପୋଲ ଉପରୁ ଖସି ପଡ଼ିଲା ବସ୍। ବସ୍‌ଟି ଅନୁଗୁଳରୁ କଟକ ଅଭିମୁଖେ ଆସୁଥିଲା। ସେହି ସମୟରେ ଏହି ଦୁର୍ଘଟଣା ଘଟିଛି।

ମଇଁଷିକୁ ଧକ୍କା ଦେବା ଫଳରେ ପୋଲରୁ ପ୍ରାୟ ୩୦ ଫୁଟ୍‌ ତଳକୁ ଖସି ପଡ଼ିଛି ବସ୍। ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।

ଏହି ଦୁର୍ଘଟଣାରେ ୨୦ରୁ ୨୫ଜଣ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Comment