ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନର ଏକ ପଞ୍ଚତାରକା ହୋଟେଲରେ ଗୋଟିଏ କପଡ଼ାରେ ସଫା କରାଯାଏ କପ୍ ଓ ଟଏଲେଟ୍।

ଆମେ କୌଣସି ୫ ଷ୍ଟାର ହୋଟେଲକୁ ଯିବା ପୂର୍ବରୁ ହୋଟେଲର ଖାଦ୍ୟ, ଗୁଣବତ୍ତା ଏବଂ ସ୍ୱଚ୍ଚତା ଉପରେ ନଜର ରଖି ଯାଇଥାଉ। କିନ୍ତୁ ଚୀନର ଏକ ପଞ୍ଚତାରକା ହୋଟେଲର ଭାଇରାଲ ଭିଡ଼ିଓ ଦେଖିବା ପରେ ବୋଧ ହୁଏ, ଲୋକମାନେ ଅନ୍ଧ ଭାବରେ କୌଣସି ଜିନିଷକୁ ଭରସା କରିବେ ନାହିଁ।

ଚୀନର ଏକ ପଞ୍ଚତାରକା ହୋଟେଲର ଭିଡ଼ିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ସଫେଇ କର୍ମଚାରୀ ଟଏଲେଟ୍ ପ୍ୟାନ୍ ସଫା କରୁଥିବା ଦେଖାଯାଇଛି। କିଛି ସମୟ ପରେ ସଫେଇ କର୍ମଚାରୀ ଟଏଲେଟ୍ ପ୍ୟାନ୍ ସଫା କରୁଥିବା କପଡ଼ା ନେଇ ପାଣି ପିଇବା ଗ୍ଲାସକୁ ସଫା କରିବା ଆରମ୍ଭ କରୁଛନ୍ତି। ଏହି ଦୃଶ୍ୟ ଦେଖିବା ପରେ ହୋଟେଲର ପରିଷ୍କାର ପରିଚ୍ଛନ୍ନତା ଉପରେ ଏବେ ପ୍ରଶ୍ନ ଉଠିଛି।

ଖାଲି ସେତିକି ନୁହେଁ, ଚୀନର ୧୪ଟି ବଡ଼ ବଡ଼ ଲଗ୍‌ଜୁରୀ ହୋଟେଲରେ ଏଭଳି ହେଉଥିବାର ଖବର ଆସିଛି। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଚୀନର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ୧୨ଟି ପଞ୍ଚତାରକା ହୋଟେଲରେ ରେଡ୍ ହୋଇଛି।

Comment