ଓଡିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜ ୨୦୧୯ ସାଧାରଣ ନିର୍ବାଚନକୁ ନେଇ ବଡ଼ ବୟାନ ଦେଇଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜ ଆଗାମୀ  ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ। ସୁଷମା କହିଛନ୍ତି, “ମୁଁ ନିର୍ବାଚନ ଲଢିବି କି ନାହିଁ, ତାହା ଦଳ ନିଷ୍ପତ୍ତି ନେବ, କିନ୍ତୁ ମୋର ଆଉ ନିର୍ବାଚନ ଲଢିବାକୁ ଇଚ୍ଛା ନାହିଁ।”

ମଧ୍ୟପ୍ରଦେଶରେ ବିଧାନ ସଭା ନିର୍ବାଚନ ପ୍ରଚାର ସମୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ ଏଭଳି ସୂଚନା ଦେଇଛନ୍ତି। ତେବେ ସୁଷମା ଅସୁସ୍ଥତା କାରଣରୁ ନିର୍ବାଚନରୁ ଦୂରେଇ ଯାଉଥିବା କୁହାଯାଉଛି।

ସୁଷମା ତାଙ୍କ ରାଜନୀତିକ ଜୀବନ କାଳ ଭିତରେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି। ଜଣେ ପ୍ରଖ୍ୟାତ ବକ୍ତା ଭାବେ ସେ ଦେଶ ବିଦେଶରେ ବେଶ୍ ପରିଚିତ। ରାଜନୀତି କ୍ଷେତ୍ରରେ ବେଶ୍ ସଫଳତା ଅର୍ଜନ କରିଥିବା ସୁଷମା ପୂର୍ବରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରେ ଥିଲେ। ସେ ଲୋକସଭା ଓ ରାଜ୍ୟସଭାରେ ସାଂସଦ ରହିଛନ୍ତି। ୧୯୯୯ ମସିହାରେ ସେ କର୍ଣ୍ଣାଟକର ବେଲ୍ଲୋରୀରୁ ସୋନିଆ ଗାନ୍ଧୀଙ୍କ ବିପକ୍ଷରେ ନିର୍ବାଚନ ମଧ୍ୟ ଲଢ଼ିଥିଲେ, କିନ୍ତୁ ଏଥିରେ ସୁଷମା ପରାଜିତ ହୋଇଥିଲେ।

Comment