ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାର ଆତଙ୍କବାଦୀ ଓ ସେନାଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୪ ଜଣ ଆତଙ୍କବାଦୀ ନିହତ ହୋଇ ଥିବାବେଳେ ଜଣେ ଯବାନ ସହିଦ ହୋଇଛନ୍ତି।
ଜମ୍ମୁ-କାଶ୍ମୀରର ସୋପିଆ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀଙ୍କୁ ନିହତ ହୋଇଛନ୍ତି। ମଙ୍ଗଳବାର ଆତଙ୍କବାଦୀ ଓ ସେନାଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଏହି ଲଢ଼େଇରେ ଜଣେ ଯବାନ ସହିଦ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେନାଙ୍କ ପକ୍ଷରୁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
ତେବେ ସୋପିଆ ଜିଲ୍ଲା ନଦୀଗାମ ଅଞ୍ଚଳରେ ୩ରୁ ୪ଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ। ଖବର ପାଇ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଫଳରେ ଆତଙ୍କବାଦୀ ଓ ସେନା ଭିତରେ ଗୁଳି ବିନିମୟ ହୋଇଥିଲା।
ଅନ୍ୟପକ୍ଷରେ ପାକିସ୍ତାନ ପକ୍ଷରୁ ନିୟନ୍ତ୍ରଣ ରେଖା ଉଲ୍ଲଙ୍ଘନ କରାଯାଇଛି। ଏହି ଘଟଣାକୁ ଭାରତୀୟ ସେନା ଘୋର୍ ବିରୋଧ କରିଛି। ଫଳରେ ଉଭୟଙ୍କ ଭିତରେ ଗୁଳି ବିନିମୟ ଆରମ୍ଭ ହୋଇଛି। ଏହି ଗୁଳି ବିନିମୟରେ ସେନାର ଅନ୍ୟ ଦୁଇ ଯବାନ ମଧ୍ୟ ଆହତ ହୋଇଛନ୍ତି।
ଶ୍ରୀନଗରସ୍ଥିତ ସେନା ପ୍ରବକ୍ତା କର୍ଣ୍ଣଲ ରାଜେଶ କୋଲିୟା କହିଛନ୍ତି, “ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ବର୍ଷଣ କରିଥିଲେ। ସୁରକ୍ଷାକର୍ମୀ ଏହାର ମୁହଁତୋଡ ଜବାବ ଦେଇଛନ୍ତି।”
ଦୁଇ ଦିନ ପୂର୍ବରୁ ବି ଦକ୍ଷିଣ କାଶ୍ମୀରର ସୋପିଆ ଜିଲ୍ଲାସ୍ଥିତ ରେବନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ହାତରୁ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।