ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁରସ୍ଥିତ ଧାମନାଗୁଡ଼ା ଛକରେ ଘଟିଛି ଏକ ଅଭାବନୀୟ ସଡ଼କ ଦୁର୍ଘଟଣା। ଗୁରୁବାର ଅପରାହ୍ଣରେ ପୁଣିଥରେ ୨ଟି ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି।

ଉମରକୋଟରୁ ବ୍ରହ୍ମପୁର ଯାଉଥିବା ଏକ ସରକାରୀ ଯାତ୍ରୀବାହୀ ବସ୍‌ ସହ ଜୟପୁରରୁ ଗୁରୁସିଂହା ଯାଉଥିବା ଅନ୍ୟ ଏକ ଘରୋଇ ବସ୍‌ ଧକ୍କା ହୋଇଛି।

ଏହି ଦୁର୍ଘଟଣା ଫଳରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାବୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Comment