ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ାଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ହେବ ସେ କର୍କଟ ରୋଗରେ ପୀଡ଼ିତ ଥିଲେ।

୧୯୪୧ ମସିହା ଫେବୃଆରୀ ୧୫ ତାରିଖରେ ଯାଜପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ବୈଷ୍ଣବ ପରିଡ଼ା ବହୁ ଗୁଣର ଅଧିକାରୀ ଥିଲେ। ସେ ଏକାଧାରରେ ଜଣେ ରାଜନେତା, ସମାଜସେବୀ ଓ ସାହିତ୍ୟିକ ଥିଲେ।

ଏହା ବ୍ୟତୀତ ଭାଷା ଆନ୍ଦୋଳନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଋଷ ସାହିତ୍ୟର ୧୦୦ରୁ ଅଧିକ ପୁସ୍ତକ ସେ ଅନୁବାଦ କରିଥିଲେ। ପ୍ରଥମେ ସିପିଆଇ, ତା’ପରେ କଂଗ୍ରେସ ଓ ପରେ ସମାଜବାଦୀ ପାର୍ଟିରେ ଯୋଗ ଦେବା ପରେ ଶେଷରେ ସେ ବିଜେଡିରେ ଯୋଗ ଦେଇଥିଲେ।

୨୦୧୦ ମସିହାରେ ସେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୬ ମସିହା ଜୁଲାଇ ୧ ତାରିଖରେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହୋଇଥିଲା।

Comment