ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡ଼ାସ୍ଥିତ ପେପର ପ୍ଲେଟ୍ କାରଖାନାରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ନଷ୍ଟ।

ରାୟଗଡ଼ା ସହର ଉପକଣ୍ଠରେ ଥିବା ଏକ ପେପର ପ୍ଲେଟ୍ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଫଳରେ କାରଖାନାର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

ରୟତ କଲୋନୀସ୍ଥିତ ସେଭେନଥ୍ ଲେନରେ ଥିବା ସାଇ ପେପର କାରଖାନାରେ ଶୁକ୍ରବାର ସକାଳ ପ୍ରାୟ ୯ଟା ବେଳେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ତା’ପରେ ଦମକଳ ବାହିନୀ ଏବିଷୟରେ ଖବର ପାଇ ଘଟଣାସ୍ଥଳେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ଏହି ନିଆଁ ଲିଭା କାର୍ଯ୍ୟରେ ଦୁଇଟି ଦମକଳ ନିୟୋଜିତ ହୋଇଥିଲେ। ଏହି ଅଗ୍ନିକାଣ୍ଡରେ କାରଖାନାର ବ୍ୟାପକ କ୍ଷୟକ୍ଷତି ହୋଇଛି। ତେବେ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ।

Comment