ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଞ୍ଜାବର ପଠାନକୋଟସ୍ଥିତ ଶାଦିପୁର ଗାଁର ଲୋକେ ୨ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଆର୍ମି ପୋଷାକରେ ଦେଖିଛନ୍ତି।

ପଞ୍ଜାବର ପଠାନକୋଟ ଅଞ୍ଚଳରେ ଦୁଇ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଆର୍ମି ପୋଷାକରେ ଦେଖିବାକୁ ମିଳିଛି। ଯାହାକୁ ନେଇ ପଠାନକୋଟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏହି ଘଟଣାଟି ଶୁକ୍ରବାର ରାତିରେ ଘଟିଥିଲା।

ଏନେଇ ବିଭିନ୍ନ ଗୁଇନ୍ଦା ଏଜେନ୍ସିଙ୍କ ଚିନ୍ତା ବଢ଼ି ଯାଇ ଥିଲାବେଳେ ଜିଲ୍ଲା ପୋଲିସକୁ ସୂଚିତ କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରରେସନ ମଧ୍ୟ ଆରମ୍ଭ ହୋଇଯାଇଛି।

ଶୁକ୍ରବାର ରାତିରେ ପଞ୍ଜାବର ଶାଦିପୁର ଗାଁର ବଲବୀର ସିଂହ ନାମକ ଜଣେ କୃଷକ ନିଜ ଟ୍ରାକ୍ଟରରେ କ୍ଷେତରୁ ଘରକୁ ଫେରିବା ସମୟରେ ୨ ସନ୍ଦିଗ୍ଧଙ୍କୁ ଦେଖିବାକୁ ପାଇଥିଲେ। ଏହାପରେ ଗାଁର ଆଉ ଜଣେ ଲୋକ ସେହି ସନ୍ଦିଗ୍ଧଙ୍କୁ ପୁଣିଥରେ ଦେଖିଥିଲେ।  ସନ୍ଦିଗ୍ଧଙ୍କୁ ଦେଖିବାପରେ ଗାଁର ମୁଖିଆଙ୍କୁ ଜଣାଇଥିଲେ। ଏହାପରେ ଗାଁର ମୁଖିଆ ପୋଲିସକୁ ସୂଚନା ଦେଇଥିଲେ।

ତେବେ ଯେଉଁ ସ୍ଥାନରେ ୨ଜଣ ସନ୍ଦିଗ୍ଧଙ୍କୁ ଦେଖିବାକୁ ମିଳିଥିଲା, ସେହି ଅଞ୍ଚଳ ପାକିସ୍ତାନ ବର୍ଡରଠାରୁ ମାତ୍ର ୧୩ କିମି ଦୂରରେ ଅବସ୍ଥିତ। ସନ୍ଦିଗ୍ଧ ଆତଙ୍କିମାନେ ଏକ ଅଲ୍‌ଟୋ କାରରେ ଆସିଥିବା ମଧ୍ୟ ସୂଚନା ମିଳିଛି। ଏଥିସହ ଅଲ୍‌ଟୋ କାର୍‌ଟିକୁ ସୁରକ୍ଷାକର୍ମୀ ଜବତ କରିଛନ୍ତି। ଏହାଛଡ଼ା ଜବତ ହୋଇଥିବା ଏହି କାର୍‌ରେ ଜାମ୍ମୁ-କାଶ୍ମୀର ନମ୍ବର ପ୍ଲେଟ ଲାଗିଥିବା ମଧ୍ୟ ଦେଖାଯାଇଛି।

Comment