ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁନିଆରେ ଏଭଳି ଗାଁ ରହିଛି ଯେଉଁଠି ଗର୍ଭବତୀ ନହେଲେ ଭାଙ୍ଗିଯାଏ ବାହାଘର

ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ଆମ ସମାଜ ସ୍ୱୀକୃତି ଦେଇନଥାଏ, କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭାରତରେ ଏମିତି ଏକ ସମ୍ପ୍ରଦାୟ ଓ ଗାଁ ରହିଛି ଯେଉଁଠି ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ବାଧ୍ୟତାମୂଳକ। ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ନରଖିଲେ ବିବାହ ହୋଇପାରିବ ନାହିଁ।

ରାଜସ୍ଥାନର ସିରୋହି ଏବଂ ପାଲି ଜିଲ୍ଲାରେ କରାସିଆ ନାମକ ଜନଜାତି ବାସ କରନ୍ତି। ପରମ୍ପରା ଓ ବିଶ୍ୱାସକୁ ସମ୍ମାନ ଜଣାଇ ଏହି ଜନଜାତିର ଲୋକେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ବାଧ୍ୟତାମୂଳକ କରିଛନ୍ତି। ପ୍ରଥା ଅନୁସାରେ ବିବାହ ପାଇଁ ପରସ୍ପରକୁ ପସନ୍ଦ କରୁଥିବା ପୁଅ ଓ ଝିଅ ବିବାହ ପୂର୍ବରୁ କିଛି ଦିନ ଶାରୀରିକ ସମ୍ପର୍କ ରକ୍ଷା କରନ୍ତି। ଏହି ସମ୍ପର୍କରୁ ଯଦି ଝିଅଟି ଗର୍ଭବତୀ ହୁଏ ତାହେଲେ ଯାଇ ବିବାହ ଅନୁଷ୍ଠିତ ହୋଇଥାଏ। ଯଦି ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଝିଅଟି ଗର୍ଭବତୀ ନହେଲା ତାହେଲେ ବିବାହ ଭାଙ୍ଗିଯାଇଥାଏ। ପୁଣି ଏହି ପୁଅଝିଅଙ୍କ ପାଇଁ ପାତ୍ର ପାତ୍ରୀ ଖୋଜା ଚାଲେ।

ତେବେ ଏଭଳି ପରମ୍ପରା ସୃଷ୍ଟି ହେବା ପଛରେ ଏକ ରୋଚକ କାହାଣୀ ରହିଛି। କାହାଣୀ ଅନୁସାରେ ଗୋଟିଏ ପରିବାରର ୪ ଭାଇ ରୋଜଗାର ଖୋଜିବାକୁ ବାହାରକୁ ଚାଲିଯାଆନ୍ତି। ସେମାନଙ୍କ ମଧ୍ୟରୁ ୩ ଭାଇ ନିଜ କର୍ମକ୍ଷେତ୍ରରେ ଥିବାବେଳେ ବିବାହ କରିଥିଲେ, କିନ୍ତୁ ସାନ ଭାଇ ବିବାହ କରିନଥିଲେ ମଧ୍ୟ ଜଣେ ଯୁବତୀଙ୍କ ସହ ଏକାଠି ରହୁଥିଲେ।

ବହୁ ବର୍ଷ ପରେ ମଧ୍ୟ ବିବାହିତା ୩ ଭାଇଙ୍କର କୌଣସି ସନ୍ତାନ ହୋଇନଥିଲା। ଅନ୍ୟପଟେ ବିବାହ ନକରି ଲିଭଇନରେ ରହୁଥିବା ଭାଇର ପୁଅଟିଏ ଜନ୍ମ ହୋଇଥିଲା। ଏହି ପୁଅ ହିଁ ବଂଶରକ୍ଷା କରିଥିଲା। ଏହି ଘଟଣା ପରଠୁ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ଏବଂ କୁଆଁରୀ କନ୍ୟା ଗର୍ଭବତୀ ହେବାପରେ ଯାଇ ବିବାହ ଭଳି ପରମ୍ପରା ସୂତ୍ରପାତ ହୋଇଥିଲା। ଯାହା ଆଜି ଯାଏଁ ପ୍ରଚଳିତ ରହିଛି।

Comment