ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସିକ୍ରେଟ କହିବାକୁ ପଡ଼ିବ ବୋଲି ‘କଫି ୱିଥ କରଣ’ ଶୋ’କୁ ମନା କଲେ ବଲିଉଡ ହିରୋଇନ ଶ୍ରଦ୍ଧା କପୁର।

ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହରଙ୍କ ଚାଟ୍ ଶୋ ‘କଫି ୱିଥ କରଣ’ ଶୋ’ର ଏବେ ସିଜିନ ୬ ଚାଲିଛି। ଆପଣମାନେ ଦେଖିଥିବେ ଏହି ଶୋ’ରେ ବିଭିନ୍ନ ସେଲିବ୍ରିଟି ଆସିଥାନ୍ତି। ଏହି ଶୋ’ ଜରିଆରେ କରଣ ସେଲିବ୍ରିଟିଙ୍କର ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ କିଛି ପ୍ରଶ୍ନ ମଧ୍ୟ ପଚାରିଥାନ୍ତି।

ନିକଟରେ କରଣଙ୍କ ଏହି ଶୋ’ରେ ଆସିବାକୁ ଶ୍ରଦ୍ଧା କପୁର ମନା କରି ଦେଇଛନ୍ତି। ସେ ଏହି ଶୋ’କୁ ଆସିବାକୁ ମନା କରି ଦେଇଥିବାରୁ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଉଛି। ତେବେ ଶ୍ରଦ୍ଧା ନିଜ ସିକ୍ରେଟ କହିବାକୁ ଡରୁଥିବାରୁ ଏହି ଶୋ’ରେ ଆସୁନାହନ୍ତି ବୋଲି କୁହାଯାଉଛି। କାରଣ ଏହି ଶୋ’ ମାଧ୍ୟମରେ କରଣ କଥା ଆଳରେ ବ୍ୟକ୍ତିଗତ ଜୀବନକୁ ନେଇ କିଛି ପ୍ରଶ୍ନ କରିପାରନ୍ତି। ତେଣୁ ଶ୍ରଦ୍ଧା ଏହି ଶୋ’ରେ ଆସିବାକୁ ଚାହୁଁ ନାହାନ୍ତି।

ଗତବର୍ଷ ଫରାନ୍ ଅଖତରଙ୍କ ସହ ଶ୍ରଦ୍ଧାଙ୍କ ସମ୍ପର୍କ ନେଇ ବଲିଉଡ଼ରେ ଚର୍ଚ୍ଚା ଜୋର ଧରିଥିଲା। ଏହାଛଡ଼ା ଶ୍ରଦ୍ଧାଙ୍କ ପାଇଁ ଫରାନ୍  ପତ୍ନୀ ଅଧୁନାଙ୍କୁ ମଧ୍ୟ ଛାଡ଼ପତ୍ର ଦେବାକୁ ଚାହୁଁଛନ୍ତି ବୋଲି ଶୁଣିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ଶ୍ରଦ୍ଧାଙ୍କ ନାମ ଆଶିକ୍-୨ ହିରୋ ଆଦିତ୍ୟ ରାୟ କପୁରଙ୍କ ସହ ବି ଯୋଡ଼ା ଯାଇଥିଲା।

ତେବେ କରଣ ଶ୍ରଦ୍ଧାଙ୍କ ବଦଳରେ ଏବେ ଏହି ଶୋ’ରେ ଭୂମି ପେଡେନକରଙ୍କୁ ଡାକିବେ ବୋଲି ଶୁଣାଯାଉଛି।

Comment