ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୁବ୍‌ଶୀଘ୍ର ଶ୍ରୀମନ୍ଦିରରେ ଆରମ୍ଭ ହେବାକୁ ଯାଉଛି ଟିକେଟ ଦର୍ଶନ ବ୍ୟବସ୍ଥା।

ସୋମବାର ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଏବେ ଟିକେଟ ବ୍ୟବସ୍ଥା କରାଯିବ। ବୈଠକ ପରେ ଏବିଷୟରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ତେବେ ଏହି ଟିକେଟ ଅନ୍‌ଲାଇନରେ ମଧ୍ୟ ମିଳିପାରିବ। ଅନ୍‌ଲାଇନ୍‌ରେ ୬୦ ପ୍ରତିଶତ ଟିକେଟ ବିକ୍ରି ହେବାସହ କାଉଣ୍ଟରରେ ୩୫ ପ୍ରତିଶତ ଟିକେଟ ବିକ୍ରି କରାଯିବ। ବାକି ୫ ପ୍ରତିଶତ ଟିକେଟ ମୁଖ୍ୟ ପ୍ରଶାସକଙ୍କ ପାଖରେ ରହିବ।

ଶ୍ରୀମନ୍ଦିରରେ ଏହି ଟିକେଟ ଦର୍ଶନ ଅବକାଶ, ବଲ୍ଲଭ, ମଧ୍ୟାହ୍ନ ଧୂପ ପରେ ହେବ।

ଏହାଛଡ଼ା ମନ୍ଦିରକୁ ମିଳୁଥିବା ଦାନ ଓ ସୁନା, ଗୋଲ୍ଡ ସ୍କିମ୍‌ରେ ବ୍ୟାଙ୍କରେ ରହିବ ବୋଲି ନିଷ୍ପତ୍ତି ହୋଇଛି। କାରଣ ଲକରରେ ରହିଲେ ସୁଧ ମିଳୁନାହିଁ। ହେଲେ ସ୍କିମ୍‌ରେ ରହିଲେ ୨.୫ ପ୍ରତିଶତ ସୁଧ ମିଳିବ।

Comment