ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍‌ଙ୍କର ମଙ୍ଗଳବାର ଦିନ ଦୃଦ୍‌ଘାତରେ ବିୟୋଗ ହୋଇଛି।

୮୦ ଏବଂ ୯୦ ଦଶକରେ ଗୋଟିଏ ପରେ ଗୋଟିଏ ସୁପରହିଟ ଗୀତ ଗାଇଥିବା କଣ୍ଠଶିଳ୍ପୀ ମହମ୍ମଦ ଅଜିଜଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ମଙ୍ଗଳବାର ମୁମ୍ବାଇସ୍ଥିତ ନାନାବତି ହସ୍ପିଟାଲରେ ସେ ନିଜ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି।

ମହମ୍ମଦଙ୍କ ଜନ୍ମ ଜୁଲାଇ ୨, ୧୯୫୪ରେ ପଶ୍ଚିମବଙ୍ଗରେ ହୋଇଥିଲା। ମହମ୍ମଦ ହିନ୍ଦୀ ପିଲ୍ମ ସମେତ ବଙ୍ଗାଳୀ ଏବଂ ଓଡ଼ିଆ ଫିଲ୍ମରେ ନିଜ ଗୀତର ଯାଦୁ ଦେଖେଇଛନ୍ତି। ସେ ଅମିତାଭ ବଚ୍ଚନଙ୍କ ଫିଲ୍ମ ମର୍ଦରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ଅଜିଜ୍ ବହୁ ଫିଲ୍ମରେ ହିଟ ଗୀତ ଗାଇଛନ୍ତି।

ମହମ୍ମଦ ବଞ୍ଜାରନ, ଆଦମୀ ଖିଲୋନା ହେ, ପାପୀ ଦେବତା, ପଥର କେ ଇଂସାନ ଓ ବିବି ହୋ ତୋ ଏସି ଭଳି ଅନେକ ଫିଲ୍ମରେ ଗୀତ ଗାଇଛନ୍ତି।

‘ତୁ ମୋର ସ୍ୱପ୍ନର ସୁନେଲୀ ସନ୍ଧ୍ୟା’, ‘କଟି କଟି ରେ’, ‘ରୂପା ଶଗଡ଼ିରେ’, ‘ରାଜହଂସୀ ଚାଲି ଦେଖି’, ‘ତୋ ମଥାରେ ଟିକିଲି ଭଲ ଲାଗୁନି’, ‘ଧିରେ ଧିରେ ଚାଲ ଗୋରୀ’ ଭଳି ଅନେକ ସୁପରହିଟ ଓଡ଼ିଆ ଫିଲ୍ମ ଏବଂ ଆଲବମ୍‌ରେ ଗୀତ ଗାଇଛନ୍ତି।

Comment