ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର ଥାନାକୁ ଆଦର୍ଶ ଥାନା ଭାବେ ସୋମବାର ସନ୍ଧ୍ୟାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ମନୋହର ରନ୍ଧାରୀ ଏହି ଆଦର୍ଶ ଥାନାକୁ ଉଦ୍‌ଘାଟନ କରିଥିଲେ।

ଏହି ଥାନାରେ ମହିଳା ଓ ଶିଶୁ ଡେସ୍କ ସହ ସ୍ୱତନ୍ତ୍ର ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଥାନାରେ ଆଧୁନିକ ଜିମ୍‌, ଶୀତ ତାପ ନିୟନ୍ତ୍ରିତ ସମ୍ମିଳନୀ କକ୍ଷ, ଅଭ୍ୟର୍ଥନା କକ୍ଷ, ମହିଳା ଓ ଶିଶୁ ବିଭାଗ, କ୍ରୀଡା ବ୍ୟବସ୍ଥା ଆଦି ରହିଥିବା ଏସପି ସୂଚନା ଦେଇଥିଲେ।

ଏହି ଉଦ୍‌ଘାଟନ ସମୟରେ ଏସ୍‌ପି ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ପରୀକ୍ଷିତ ସେଠୀ, ଉପଜିଲ୍ଲାପାଳ କରୁଣାକର ରାଇକା, ଡ଼ିଏଫଓ ରଞ୍ଜିତ କୁମାର ମଲ୍ଲିକ, ସିଡିଏମଓ ସରୋଜ କୁମାର ନାୟକ, ବିଏସଏଫ କମାଣ୍ଡାଣ୍ଟ ବି ଶର୍ମା, ଡ଼ିଏସପି ବିମଳ କାନ୍ତ ବ୍ରହ୍ମା ପ୍ରମୁଖ ଉପସ୍ଥିତ ଥିଲେ।

Comment