ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳିଙ୍ଗ ଷ୍ଟାଡିୟମ ପରେ କଟକର ବାରବାଟୀ ଷ୍ଟାଡିୟମରେ ବୁଧବାର ଦିନ ଅନୁଷ୍ଠିତ ହେବ ହକି ବିଶ୍ଵକପ୍‌ର ଉଦଘାଟନୀ ସମାରୋହ। ଏହି ସମାରୋହରେ ସାମିଲ୍ ହେବେ ବଲିଉଡର ଭାଇଜାନ ସଲମାନ୍ ଖାନ୍। ଏନେଇ ସଲମାନ୍ ନିଜ ଟୁଇଟର ହ୍ୟାଣ୍ଡେଲର୍‌ରେ ଭିଡିଓ ଜାରି କରି ସୂଚନା ଦେଇଛନ୍ତି।

“ମିଲେନିୟମ ସିଟି କଟକର ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେଉଥିବା ହକି ପୁରୁଷ ବିଶ୍ଵକପ୍‌ରେ ଯୋଗଦେବା ପାଇଁ ମତେ ଆମନ୍ତ୍ରିତ କରାଯାଇଥିବାରୁ ମୁଁ ବହୁତ ଖୁସି। ୨୮ ତାରିଖରେ ମୁଁ କଟକ ଆସୁଛି।”

ଏହି ଭିଡିଓରେ ସଲମାନ୍ ହକି ଟିମ୍‌କୁ ୱିସ୍ କରିଛନ୍ତି।

ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ଉଦଘାଟନୀ ସମାରୋହରେ ଓସ୍କାର ବିଜେତା ଏ ଆର୍ ରେହମାନ ମଧ୍ୟ ସଙ୍ଗୀତ ପରିବେଷଣ କରିବେ। କଟକରେ ସଲମାନ୍ ଏବଂ ରେହମାନ ମୁଖ୍ୟ ଆକର୍ଷଣ ସାଜିବେ।

କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ସନ୍ଧ୍ୟାରେ ରଙ୍ଗାରଙ୍ଗ ପରିବେଶ ଭିତରେ ଉଦଘାଟିତ ହୋଇଛି ହକି ପୁରୁଷ ବିଶ୍ଵକପ୍। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ବଲିଉଡ ବାଦଶାହ ଶାହରୁଖ ଖାନ୍, ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ, ଏ ଆର ରେହମାନଙ୍କ ସମେତ ବହୁ ନାମୀଦାମୀ କଳାକାର ସାମିଲ ହୋଇଥିଲେ।

Comment