ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କମ୍ୟୁନିଷ୍ଟ୍ ପାର୍ଟିର ସମ୍ପାଦକ ଭାବେ ଯୋଗ ଦେଲେ ନାମ୍ବାଲା କେଶବ ରାଜୁ ଓରଫ ବାସବ ରାଜୁ।

ବଦଳିଛି କମ୍ୟୁନିଷ୍ଟ୍ ପାର୍ଟି ତଥା ସିପିଆଇ ମାଓବାଦୀର ମୁଖ୍ୟ ସଚିବ ପଦବୀ। ବର୍ତ୍ତମାନ ସିପିଆଇ ମାଓବାଦୀର ମୁଖ୍ୟ ସଚିବ ରୂପେ ମାଓ ନେତା ନାମ୍ବାଲା କେଶବ ରାଜୁ ଓରଫ ବାସବ ରାଜୁ ନିଯୁକ୍ତି ହୋଇଛନ୍ତି।

ବୁଧବାର ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସଂଗଠନର ମୁଖ୍ୟପାତ୍ର ଅଭୟ ଏହି ବିଷୟରେ ସୂଚନା ଦେଇଛନ୍ତି। ଏଥିସହ ଏହି ନିଷ୍ପତ୍ତି ସଂଗଠନର କେନ୍ଦ୍ରୀୟ ବୈଠକରେ ଗ୍ରହଣ କରାଯାଇଥିଲା।

ପୂର୍ବରୁ ଗଣପତି ଏହି ପଦବୀରେ ନିଯୁକ୍ତି ଥିଲେ। ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଏହି ପଦବୀରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇଛନ୍ତି ସେ। ୧୯୯୨ ମସିହାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଅର୍ଥାତ୍‌ ପ୍ରାୟ ୨୫ ବର୍ଷ ହେଲା ଗଣପତି ମାଓ ସଂଗଠନର ମୁଖ୍ୟ ସଚିବ ପଦରେ ନିଯୁକ୍ତ ଥିଲେ। ହେଲେ ବୁଧବାର ଏହି ପଦବୀରେ ପରିବର୍ତ୍ତନ ହୋଇ ବାସବ ରାଜୁ ସିପିଆଇ ମାଓବାଦୀର ମୁଖ୍ୟ ସଚିବ ଆସନ ଗ୍ରହଣ କରିଛନ୍ତି।

Comment