ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା କୋର୍ଟ ପରିସରରେ ଆଇନ ଦିବସ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ ଦିବସ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜଜ୍‌ ରାଜେନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇ, ଭାରତର ନାଗରିକଙ୍କ ମୌଳିକ ଅଧିକାର ଉପରେ ଅଲୋକପାତ କରିଥିଲେ। ଲୋକଙ୍କ ଅସୁବିଧାକୁ ନ୍ୟାୟପାଳିକାଙ୍କ ଦୃଷ୍ଟି ଆକର୍ଷଣ କରାଇବାକୁ ଆଇନଜୀବୀଙ୍କୁ ଅନୁରୋଧ କରିଥିଲେ।

ଏହି ଆଇନ ଦିବସ ଅବସରରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଦୁର୍ନୀତି ନିବାରଣ ସ୍ୱତନ୍ତ୍ର ଜଜ୍‌ ସମଶେଖର ଜେନା, ପରିବାର ବିଚାର ବିଭାଗୀୟ ଜଜ୍‌ ବିକ୍ରମ ପ୍ରଧାନ, ଅତିରିକ୍ତ ଜିଲ୍ଲା ଜଜ ବେଣୁଧର ପାତ୍ର, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଆର କେ ମହାପାତ୍ର, ରେଜିଷ୍ଟ୍ରର ମନୋରଞ୍ଜନ ଦାସ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ପ୍ରସନ୍ନ କୁମାର ବେହେରା, ନବରଙ୍ଗପୁର ଆଇନଜୀବୀ ସଙ୍ଘ ସଭାପତି ନରସିଂହ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ପ୍ରସନ୍ନ କୁମାର ବେହେରା ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Comment