ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲାର ଜଜ୍ କୋର୍ଟ ପରିସରରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏକ ଭିଜିଲାନ୍ସ ସର୍କିଟ କୋର୍ଟ ଖୋଲାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନଜୀବୀ ସଂଘର ସଭାପତି ନରସିଂହ ତ୍ରିପାଠୀ ଅଧ୍ୟକ୍ଷତା କରିଥିବାବେଳେ ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ଜଜ୍ ରାଜେନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଭିଜିଲାନ୍ସ ସର୍କିଟ କୋର୍ଟର ଶୁଭ ଉଦ୍‌ଘାଟନ କରିଥିଲେ। ଏଥିସହ ସେ କହିଛନ୍ତି, “ନବରଙ୍ଗପୁରରେ ଭିଜିଲାନ୍ସ ସର୍କିଟ କୋର୍ଟ ହେବା ଦ୍ୱାରା ସଂଘର ଦୀର୍ଘ ଦିନର ଦାବି ଆଂଶିକ ସଫଳ ହୋଇଥିଲେ ମଧ୍ୟ ଏହା ଆଗାମୀ ଦିନରେ ନିଶ୍ଚିତ ପୂରା ସଫଳ ହେବ।”

ଏହାଛଡ଼ା ଅଦାଲତ ସମ୍ପୂର୍ଣ୍ଣ ସ୍ଥାପନ ନ ହେବା ପର୍ଯ୍ୟନ୍ତ ସଂଘର ଦାବି ବଳବତ୍ତର ରହିବ ବୋଲି ସଂଘର ସଭାପତି ନରସିଂହ ତ୍ରିପାଠୀ ଏବଂ ସମ୍ପାଦକ ରାମ ପ୍ରସାଦ ପାତ୍ର କହିଥିଲେ।

“ଜିଲ୍ଲାରେ ବିଭିନ୍ନ କାର୍ଯ୍ୟାଳୟରେ ଦୁର୍ନୀତି ଚାଲି ଥିବାବେଳେ ଏଥିପ୍ରତି ଭିଜିଲାନ୍ସ ବିଭାଗକୁ ସଚେତନତା କରିବାକୁ ପଡ଼ିବ” କହିଛନ୍ତି, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଭିଜିଲାନ୍ସ ବିଭାଗ ବିଚାରପତି ସମାଶେଖର ଜେନା। ଏଥିସହ ସେ କହିଛନ୍ତି, “ମୁଁ ଏହି ଜିଲ୍ଲାରେ ପୂର୍ବରୁ ସିଜେଏମ ଭାବେ କାର୍ଯ୍ୟ କରୁଥିଲି। ହେଲେ ବର୍ତ୍ତମାନ ଭିଜିଲାନ୍ସ ସର୍କିଟ କୋର୍ଟର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବାରୁ ମୁଁ ବହୁତ ଖୁସି।”

ଜୟପୁର ଭିଜିଲାନ୍ସ ଏସପି ହରେକୃଷ୍ଣ ବେହେରା ଯୋଗ ଦେଇ ଏହି ଭିଜିଲାନ୍ସ ସର୍କିଟ କୋର୍ଟକୁ ତାଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଦିଆଯିବ ବୋଲି କହିଥିଲେ। ଏହି ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଯୋଗ ଦେଇଥିଲେ ଏଡିଜେ ବେଣୁଧର ପାତ୍ର, ପରିବାର ଅଦାଲତ ବିଚାରପତି ବିକ୍ରମ ପ୍ରଧାନ, ସିଜେଏମ ରାଜକିଶୋର ମହାପାତ୍ର, ରାଜ୍ୟ ଆଇନଜୀବୀ ସଂଘର ସଦସ୍ୟ ବିଷ୍ଣୁ ପାତ୍ର।

ଅପରପକ୍ଷରେ ନବରଙ୍ଗପୁର ଜିଲ୍ଲାର ୪୩ଟି ମାମଲା ଏହି ସର୍କିଟ କୋର୍ଟକୁ ସ୍ଥାନାନ୍ତର ହୋଇଛି। ଭିଜିଲାନ୍ସ ସର୍କିଟ ଅଦାଲତରେ ପ୍ରଥମ ଦିନରେ ୫ଟି ମାମଲା (କେସ ନଂ – ଜି ଆର ୨୪/୨୦୦୮, ଜି ଆର ୪୯/୨୦୦୮, ଜି ଆର ୨୦/୨୦୧୫, ଜି ଆର ୧୦/୨୦୦୭, ଜି ଆର ୩୯/୨୦୦୮) ମଧ୍ୟରୁ ୩ଟି ମାମଲା (କେସ ନଂ ଜି ଆର ୨୪/୨୦୦୮, ଜି ଆର ୪୯/୨୦୦୮, ଜି ଆର ୨୦/୨୦୧୫) ମାମଲାର ସାକ୍ଷ୍ୟ ଗ୍ରହଣ ହୋଇଥିଲା ବୋଲି ଭିଜିଲାନ୍ସ କୋର୍ଟ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଏମ ବାଲାଜୀ ରାଓ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ରେଜିଷ୍ଟର ମନୋରଞ୍ଜନ ଦାସ , ସବ୍‌ ଜଜ୍‌ ଚୌଧରୀ ପ୍ରବୀର କୁମାର , ଆଇନ ସେବା ପ୍ରାଧିକରଣ ସମ୍ପାଦକ ପ୍ରସନ୍ନ କୁମାର ବେହେରା, ଜେଏମଏଫସି ଗୁରୁଚରଣ ଜେନାମଣି, କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ, ନବରଙ୍ଗପୁର ଡିଏସପି ପ୍ରମୋଦ କୁମାର ବାଗ, ଆଇନଜୀବୀ ପ୍ରକାଶ ଚନ୍ଦ୍ର ମିଶ୍ର , ଝାଡ଼େସ୍ୱର ଖଡ଼ଙ୍ଗା, ସମରେଶ ଗନ୍ତ।ୟତ, ପ୍ରଫୁଲ୍ଲ ସିଂ, ବଲଜି ମିଶ୍ର, ବିଦୁ ତ୍ରିପାଠୀ, ରବୀନ୍ଦ୍ର ପାଢ଼ୀ, ଦାମଦର ତ୍ରିପାଠୀ, ସଞ୍ଜୀବ ଭକ୍ତ, କିଶୋର ପଟ୍ଟନାୟକ, ସନ୍ତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ କାର୍ଯ୍ୟକ୍ରମ ଶେଷରେ ସଂଘର ଉପସଭାପତି ହରିନାରାୟନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Comment