ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି ଆପଣଙ୍କର ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟ ଅଛି ଏବଂ ଆପଣ ନିଜ ମୋବାଇଲ୍‌ ନମ୍ବର ପଞ୍ଜୀକୃତ କରିନାହାନ୍ତି, ତେବେ ଜାଣନ୍ତୁ କେମିତି ନିଜ ମୋବାଇଲ ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହ ରେଜିଷ୍ଟର କରିବେ।

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଯଦି ଆପଣଙ୍କ ଆକାଉଣ୍ଟ ଅଛି ଏବଂ ଆପଣ ନିଜ ମୋବାଇଲ ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହିତ ରେଜିଷ୍ଟର କରିନାହାନ୍ତି, ତେବେ ଗ୍ରାହକ ଏସବିଆଇ ଶାଖା ବା ଏସବିଆଇ ଏଟିଏମ୍‌ ଯାଇ ନମ୍ବର ରେଜିଷ୍ଟର କରିପାରିବେ।

  • ଏଟିଏମ ମାଧ୍ୟମରେ ନମ୍ବର ପଞ୍ଜୀକୃତ କରିବା ପାଇଁ ଗ୍ରାହକ ନିଜ ଏଟିଏମ୍‌ କାର୍ଡ ସ୍ୱାଇପ୍ କରି ରେଜିଷ୍ଟର ଅପସନ୍‌ ଚୟନ କରିବାକୁ ହେବ।
  • ଏହାପରେ ଏଟିଏମ୍‌ ପିନ୍ ନମ୍ବର ଟାଇପ୍‌ କରନ୍ତୁ।
  • ଏହାପରେ ମୋବାଇଲ ନମ୍ବର ରେଜିଷ୍ଟ୍ରେସନ୍ ଅପସନ୍‌ ଚୟନ କରିବାକୁ ହେବ।
  • ତାହାପରେ ମୋବାଇଲ ନମ୍ବର ରେଜିଷ୍ଟ୍ରେସନ୍ ଅପସନ ଚୟନ କରିବେ ଏବଂ ମୋବାଇଲ ନମ୍ବର ଏଣ୍ଟର କରିବେ।
  • ଏହାପରେ ‘ସଠିକ’ ଅପସନ ଚୟନ କରିବେ।
  • ‘ଆମ ସହ ନିଜ ମୋବାଇଲ ନମ୍ବର ପଞ୍ଜୀକୃତ କରିଥିବାରୁ ଧନ୍ୟବାଦ’ର ଏକ ସନ୍ଦେଶ ଏଟିଏମ୍‌ ସ୍କ୍ରିନ୍‌ ଉପରେ ପ୍ରତିଫଳିତ ହେବ।
  • ଏହାପରେ ବ୍ୟାଙ୍କ ତିନି ଦିନ ମଧ୍ୟରେ ଗ୍ରାହକଙ୍କ ସହ ଯୋଗାଯୋଗ କରିବ, ଏଥିସହ ବ୍ୟାଙ୍କ୍‌ ଏକ ରେଫରେନ୍ସ ନମ୍ବର ଗ୍ରାହକଙ୍କ ମୋବାଇଲ ଫୋନ୍‌କୁ ପଠାଇବ।
  • ବ୍ୟକ୍ତିଗତ ବିବରଣୀକୁ ଯାଞ୍ଚ୍‌ କରିବା ପରେ ଗ୍ରାହକଙ୍କ ବ୍ୟାଙ୍କ ଖାତା ସହ ନମ୍ବର ଯୋଡ଼ି ହୋଇଯିବ।

କାହିଁକି ଜରୁରୀ ମୋବାଇଲ ନମ୍ବର?

ଆଜିର ଦିନରେ ମୋବାଇଲ ହେଉଛି ଡିଜିଟାଲ ବ୍ୟାଙ୍କିଙ୍ଗର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। କେବଳ ସେତିକି ନୁହେଁ, ଇଣ୍ଟରନେଟ ବା ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ନିରାପଦ ନେଣଦେଣ ପାଇଁ ବ୍ୟବହାର ହେଉଥିବା ଓଟିପି ମୋବାଇଲ ଫୋନ ଜରିଆରେ ମିଳିଥାଏ। ତେଣୁ ଗ୍ରାହକଙ୍କ ମୋବାଇଲ ନମ୍ବର ବ୍ୟାଙ୍କରେ ପଞ୍ଜୀକୃତ ହୋଇନଥିଲେ ଏହି ଅନ୍‌ଲାଇନ୍‌ ସେବାକୁ ସୁରକ୍ଷିତ କରିବା ସମ୍ଭବପର ନୁହେଁ। ତେବେ ଆପଣଙ୍କୁ ମୋବାଇଲ ନମ୍ବର ଅପଡେଟ୍ କରିବା ପାଇଁ ଏସବିଆଇ ଶାଖାକୁ ଯିବାକୁ ହେବ। ଥରେ ଆପଣଙ୍କ ମୋବାଇଲ ନମ୍ବର ବ୍ୟାଙ୍କ ଖାତା ସହ ଯୋଡ଼ି ହୋଇଗଲେ ପ୍ରତିଟି ଟ୍ରାନ୍‌ଜାକସନ୍‌ ବାବଦରେ ଆପଣଙ୍କୁ ତୁରନ୍ତ ଏସଏମଏସ ମିଳିପାରିବ।

ନିଜ ବ୍ୟାଙ୍କ ଖାତା ସହିତ ମୋବାଇଲ ନମ୍ବର ଅପଡେଟ୍ କରିବା ଏଥିପାଇଁ ଜରୁରୀ, ଆପଣଙ୍କୁ ପ୍ରତି ନେଣଦେଣର ସୂଚନା ମିଳିପାରିବ। ତେଣୁ ଯଦି କୌଣସି ଘଟଣାରେ ଆପଣଙ୍କ ସହ କୌଣସି ଠକେଇ ହୋଇଥାଏ ଅର୍ଥାତ ଆପଣଙ୍କର ଅଜାଣତରେ କୌଣସି କାରବାର ହୋଇଥାଏ, ଆପଣ ଏସମ୍ପର୍କରେ ମୋବାଇଲ ମାଧ୍ୟମରେ ମିଳିଥିବା ସୂଚନାକୁ ଆଧାର କରି ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଆପଣଙ୍କ ବ୍ୟାଙ୍କ ନିକଟରେ ଅଭିଯୋଗ କରିପାରିବେ। ଫଳରେ ଆପଣ ଏହାଦ୍ୱାରା ସମ୍ଭାବ୍ୟ ଠକେଇରୁ ନିଜକୁ ସୁରକ୍ଷିତ ରଖିପାରିବେ।

Comment