ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଗୁରୁବାର ରିଲିଜ୍ ହୋଇଛି ରଜନୀକାନ୍ତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ୨.୦।

ରିଲିଜ୍ ହୋଇଯାଇଛି ହାଇବଜେଟ୍ ହିନ୍ଦୀ ଫିଲ୍ମ ୨.୦। ସୁପରଷ୍ଟାର ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମଟିକୁ ସାରା ବିଶ୍ୱର ୧୦ ହଜାରରୁ ଅଧିକ ହଲ୍‌ରେ ରିଲିଜ କରାଯାଇଛି। ହେଲେ ପୂର୍ବରୁ ଭାରତୀୟ ଫିଲ୍ମ ଭାବେ ସର୍ବାଧିକ ୯ ହଜାର ସ୍କ୍ରିନିଂରେ ରିଲିଜ୍‌ ହୋଇଥିଲା ‘ବାହୁବଳି’।

ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି ଖିଲାଡି ଅକ୍ଷୟ କୁମାର୍ ଓ ସାଉଥ୍ ସୁପରଷ୍ଟାର୍ ରଜନୀକାନ୍ତ। ଏହାଛଡ଼ା ଜବରଦସ୍ତ ଆକ୍ସନ୍ ଓ ଚମତ୍କାର ଡାଇଲଗ ସହ ଦୁଇ ସୁପରଷ୍ଟାରଙ୍କୁ ଗୋଟିଏ ଫ୍ରେମ୍‌ରେ ଦେଖିପାରିବେ ଦର୍ଶକ।

ଗୁରୁବାର ଭାରତ ସମେତ ଚେନ୍ନାଇରେ ମଧ୍ୟ ରିଲିଜ୍ ହୋଇଛି ପିଲ୍ମ ୨.୦। ୨୦୧୦ରେ ରିଲିଜ୍ ହୋଇଥିବା ବ୍ଲକ ବଷ୍ଟର୍ ଫିଲ୍ମ ‘ରୋବଟ୍’ର ସିକୁଏଲ୍ ହେଉଛି ୨.୦। ଓସ୍କାର ବିଜେତା ଏ.ଆର୍‌ ରହେମାନ୍‌ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏହାର ରିଲିଜ୍‌ ତାରିଖ ଆଗରୁ ଅନେକଥର ବଦଳିଥିଲା। ଏଥିସହ ଏହି ଫିଲ୍ମରେ ରଜନୀକାନ୍ତ ବୈଜ୍ଞାନିକ ଭୂମିକାରେ ନଜର ଆସିଛନ୍ତି।

ଅପରପକ୍ଷରେ ୨.୦ରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି ଖିଲାଡି କୁମାର। ଏଥିସହ ଜିଆଣ୍ଟ ଲୁକ୍ରେ ଅକ୍ଷୟଙ୍କ ଫାଇଟ୍ ସିନ୍ ମଧ୍ୟ ବେଶ୍ ଚିତାକର୍ଷକ ହୋଇଛି।

ସେହିପରି ୨୦୧୦ର ‘ରୋବଟ୍’ ଫିଲ୍ମର ଚିଟି ମଧ୍ୟ ଏହି ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମଟିକୁ ହିନ୍ଦୀ, ତାମିଲ, ତେଲଗୁ ସମେତ ଇଂରାଜୀରେ ମଧ୍ୟ ରିଲିଜ୍ ହୋଇଛି।

Comment