ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣେ ଶିଶୁର ନାଁ ଶୁଣି ଥଟ୍ଟା କରିବାରୁ ଟେକ୍ସର ଜଣେ ମହିଳା ଏୟାରଲାନ୍ସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଝିଅର ନାଁକୁ ନେଇ କର୍ମଚାରୀମାନେ ମଜାକ ଉଡ଼ାଇବାରୁ ସୋସିଆଲ ମିଡିଆରେ କ୍ଷୋଭ କରିଛନ୍ତି ଟ୍ରେସି ରେଡଫୋର୍ସ। ଖାଲି ସେତିକି ନୁହେଁ ସୋସିଆଲ ମିଡିଆରେ ଏୟାରଲାଇନ୍ସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ଝିଅ ବୋର୍ଡିଂ ପାସର ଫଟୋକୁ ବି ସେୟାର କରିଛନ୍ତି।

ବିବାଦର ମୂଳ କାରଣ ହେଉଛି କୁନି ଝିଅର ନାଁ ହେଉଛି ଏବିସିଡିଇ। ମହିଳା ଜଣକ ନିଜର ୫ ବର୍ଷୀୟା ଝିଅ ଏବିସିଡିଇଙ୍କୁ ସାଥିରେ ଧରି କାଲିଫର୍ଣ୍ଣିଆରୁ ଉଡ଼ାଣ ଭରିଥିଲେ। ରେଡଫୋର୍ସ କହିଛନ୍ତି କି ଜୋନ୍ ଓ୍ଵାୟେନେ ବିମାନବନ୍ଦରରେ ଗେଟ୍ ଏଜେଣ୍ଟ ତାଙ୍କ ଝିଅର ନାମ ଦେଖି ହସିବାକୁ ଲାଗିଥିଲେ। ଖାଲି ସେତିକି ନୁହେଁ, କର୍ମଚାରୀ ଜଣକ ତାଙ୍କ ଝିଅ ଆଡ଼େ ଆଙ୍ଗୁଠିରେ ଠାର ଦେଇ ଅନ୍ୟ କର୍ମଚାରୀ ସହ କଥା ହେବାକୁ ଲାଗିଥିଲେ।

ଏଭଳି ଘଟଣାକୁ ଆଉ ସହି ନପାରି ମହିଳା ଜଣକ ଉକ୍ତ କର୍ମଚାରୀଙ୍କୁ ଅଟକାଇଥିଲେ। କୁନି ଝିଅ ଏବିସିଡିଇ ସେଠାରେ ଉପସ୍ଥିତ ଥିବାରୁ ଆପଣ ସେପରି କୁହନ୍ତୁ ନାହିଁ ବୋଲି କର୍ମଚାରୀଙ୍କୁ କହିଥିଲେ। ମାତ୍ର ସେଠାରେ ଥିବା ଜଣେ କର୍ମଚାରୀ ମହିଳାଙ୍କ ବୋର୍ଡିଂ ପାସ୍ ନେଇ ସୋସିଆଲ୍ ମିଡିଆରେ ଏକ ବ୍ୟାଙ୍ଗାତ୍ମକ ପୋଷ୍ଟ ଦେଇଥିଲେ। ବିବାଦ ପରେ ଟ୍ରେସି ରେଡଫୋସଙ୍କୁ କର୍ମଚାରୀ କ୍ଷମା ମାଗିଥିଲେ।

Comment