ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କେବଳ ପ୍ରିୟଙ୍କା ନୁହଁନ୍ତି ଏମିତି ଆହୁରି କିଛି ବଲିଉଡ ଅଭିନେତ୍ରୀ ଅଛନ୍ତି ଯିଏ, ତାଙ୍କଠାରୁ କମ୍ ବୟସର ପୁଅ ସହ ଡେଟ୍ କରୁଛନ୍ତି।

ପ୍ରେମରେ ବୟସର କୌଣସି ସୀମା ନଥାଏ। ଏମତି କଥା ବିଭିନ୍ନ ଫିଲ୍ମରେ ଶୁଣିବାକୁ ମିଳିଥାଏ। ହେଲେ ସମାଜରେ ସାଧାରଣତଃ ପ୍ରେମ ଓ ବିବାହ କ୍ଷେତ୍ରରେ ବୟସକୁ ଅଧିକ ଗୁରୁତ୍ଵ ଦିଆଯାଇଥାଏ। ବର୍ତ୍ତମାନ ବଲିଉଡରେ ଠିକ୍ ଏହାର ବିପରୀତ ପରିସ୍ଥିତି ଦେଖିବାକୁ ମିଳିଛି।

ବୟସର ତାରତମ୍ୟ କିଛି ଫରକ ପକାଇନି କେତେକ ବଲିଉଡ଼ ଯୋଡ଼ିଙ୍କ ଉପରେ। ବୟସର ଫରକ ଯୋଗୁଁ ସେମାନଙ୍କ ଲଭ୍‌ଷ୍ଟୋରୀ ମଧ୍ୟ ଚର୍ଚ୍ଚାରେ ରହିଛି।

ଜାଣନ୍ତୁ ସେମିତି କିଛି ବଲିଉଡ ଯୋଡ଼ିଙ୍କ ବିଷୟରେ…

ପ୍ରିୟଙ୍କା ଓ ନିକ୍ ଜୋନ୍ସ

ଡିସେମ୍ବର ୨ରେ ବିବାହ କରିବାକୁ ଯାଉଥିବା ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ସିଙ୍ଗର ନିକ୍ ଜୋନ୍ସଙ୍କ ପ୍ରେମ ସମ୍ପର୍କ ସମସ୍ତେ ଜାଣିବା ପରେ ଦୁହିଁଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାର ମୁଖ୍ୟ କାରଣ ହେଲା ଦୁହିଁଙ୍କ ମଧ୍ୟରେ ବୟସର ପାର୍ଥକ୍ୟ। ପ୍ରିୟଙ୍କାଙ୍କଠାରୁ ନିକ୍ ୧୦ ବର୍ଷ ସାନ। ସାଧାରଣତଃ ସମାଜରେ ଝିଅ ଠାରୁ ପୁଅର ବୟସ କମ୍ ହୋଇଥିଲେ ସେହି ସମ୍ପର୍କ ପାଇଁ ସମସ୍ତେ ଅରାଜି ହୋଇଥାନ୍ତି।

ତେବେ ଦୁହିଁଙ୍କ ବିବାହ ଡିସେମ୍ବର ୨ରେ ଯୋଧପୁରରେ ଅନୁଷ୍ଠିତ ହେବ।

ସୁସ୍ମିତା ସେନ୍ ଓ ରୋମାନ ଶଲ୍

ବିଶ୍ଵ ସୁନ୍ଦରୀ ଭାବେ ପରିଚିତ ଅଭିନେତ୍ରୀ ସୁସ୍ମିତା ସେନ୍ ଓ ତାଙ୍କ ବୟଫ୍ରେଣ୍ଡ ରୋମାନ ଶଲ୍ ବି ଏବେ ନିଜ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସୁସ୍ମିତା ନିକଟରେ ତାଙ୍କର ଜନ୍ମଦିନ ବି ରୋମାନଙ୍କ ସହ ପାଳନ କରିଛନ୍ତି। ଶୀଘ୍ର ଦୁହେଁ ବିବାହ କରିବେ ବୋଲି ଶୁଣାଯାଉଛି। ତେବେ ଚର୍ଚ୍ଚାର କାରଣ ଯେ, ସୁସ୍ମିତା ୪୨ ବର୍ଷର ହୋଇଥଲାବେଳେ ରୋମାନଙ୍କ ବୟସ ୨୭।  ଦୁହିଁଙ୍କ ମଧ୍ୟରେ ୧୫ ବର୍ଷର ଫରକ ରହିଛି।

ମଲାଇକା ଅରୋଡା ଓ ଅର୍ଜୁନ କପୁର

ଏହି ତାଲିକାରେ ଏବେ ମଲାଇକା ଅରୋଡା ଓ ଅର୍ଜୁନ କପୁର ବି ସାମିଲ ହୋଇଛନ୍ତି। ଦୁହେଁ ନିଜ ସମ୍ପର୍କକୁ ନେଇ ଖୋଲାଖୋଲି ସ୍ପଷ୍ଟ କରିନଥିଲେ ମଧ୍ୟ ଦୁହିଁଙ୍କୁ ନେଇ ଚର୍ଚ୍ଚା ହେଉଛି। ଏହି ଯୋଡ଼ିଙ୍କ ମଧ୍ୟରେ ବୟସର ପାର୍ଥକ୍ୟ ଖୁବ୍ ଅଧିକ ରହିଛି। ମଲାଇକା ଏବେ ୪୫ ବର୍ଷର ହୋଇଥିଲାବେଳେ ଅର୍ଜୁନଙ୍କ ବୟସ ୩୩ ଅର୍ଥାତ ଦୁହିଁଙ୍କ ଭିତରେ ୧୨ ବର୍ଷର ପାର୍ଥକ୍ୟ ରହିଛି।

Comment