ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମାଷ୍ଟମୀ ଅବସରରେ ଉତ୍ସବ ମୁଖର ହୋଇ ଉଠିଛି ପ୍ରତ୍ୟେକ ଓଡ଼ିଆ ପରିବାର। ଘରେ ଘରେ ଏଣ୍ଡୁରି ପିଠାର ମହକ।

ରାଜ୍ୟବ୍ୟାପି ପାଳିତ ହେଉଛି ପବିତ୍ର ପ୍ରଥମାଷ୍ଟମୀ। ଏହି ଅବସରରେ ସବୁ ଓଡ଼ିଆ ଘରେ ପ୍ରଥମାଷ୍ଟମୀ ପାଇଁ ପିଠାପଣା ଆଦି ପ୍ରସ୍ତୁତ ହୋଇଛି। ଓଡ଼ିଆ ପାଞ୍ଜି ଅନୁସାରେ ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପାଳିତ ହୋଇଥାଏ। ଏହି ଦିନ ବଂଶର ପ୍ରଥମ ସନ୍ତାନ ବା ବଡ଼ ସନ୍ତାନ ନୂଆ ବସ୍ତ୍ର ପିନ୍ଧିଥାନ୍ତି।

ସାଧାରଣତଃ ପ୍ରଥମାଷ୍ଟମୀରେ ବଡ଼ ସନ୍ତାନଙ୍କୁ ପୋରୁହାଁ କରିବା ପାଇଁ ନୂଆ ବସ୍ତ୍ର ଦେବା ଦାୟିତ୍ଵ ମାମୁଁଙ୍କର ଥାଏ। ଏହିଦିନ ମାମୁଁମାନେ ଭଣଜା ଭାଣିଜିଙ୍କ ପାଇଁ ନୂଆ ପୋଷକ, ମିଠା ଆଦି ନେଇ ଆସିଥାନ୍ତି।

ଏହି ଦିନ ସକାଳୁ ଘରର ବଡ଼ ସନ୍ତାନ ସ୍ନାନ ସାରି ନୂଆ ପୋଷାକ ପିନ୍ଧିଥାନ୍ତି ଓ ମା’ମାନେ ତାଙ୍କୁ ବନ୍ଦାପନା କରିଥାନ୍ତି। ଘରର ଚଉଁରା ମୂଳେ ମଧ୍ୟ ପୂଜା ଅର୍ଚ୍ଚନା ହୋଇଥାଏ।

ଏହି ଦିନ ପ୍ରତ୍ୟେକ ଘରେ ଏଣ୍ଡୁରି ପିଠା ହୋଇଥାଏ। ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ଅନ୍ୟ ଏକ ବିଶେଷତ୍ଵ। ଏହି ପିଠା ହଳଦୀ ପତ୍ରରେ ଛେନା, ନଡ଼ିଆ, ଗୁଡ଼ପୁର ଦିଆଯାଇ ଅରୁଆ ଚାଉଳ ଓ ବିରିରେ ପ୍ରସ୍ତୁତ କରାଯାଇଥାଏ।

Comment