ଓଡ଼ିଶାଲାଇଭ୍‌ ବ୍ୟୁରୋ

୯୩୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ।

ଭୁବନେଶ୍ୱର ବିମାନ ବନ୍ଦରରେ ଖୁବ୍‌ଶୀଘ୍ର ନିର୍ମାଣ ହେବ ତୃତୀୟ ଟର୍ମିନାଲ। ଏନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ସେଣ୍ଟ୍ରାଲ ୟୁନିଅନ ସେକ୍ରେଟାରୀ। ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।

ବିମାନ ଯାତ୍ରୀ ଅଭିବୃଦ୍ଧି ତାଲିକାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଦେଶର ୧ ନମ୍ବର ମାନ୍ୟତା ପାଇଛି। ବୃଦ୍ଧି ପାଉଥିବା ଯାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ତୃତୀୟ ଟର୍ମିନାଲ ନିର୍ମାଣ ହେବ। ଏଥିପାଇଁ ୯୩୦ କୋଟି ଟଙ୍କା ବ୍ୟୟ କରାଯିବ।

ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀ ଅଭିବୃଦ୍ଧି ହାରରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁ, କୋଲକାତାକୁ ପଛରେ ପକାଇ ଦେଇଛି।

ଭୁବନେଶ୍ୱର ବିମାନ ବନ୍ଦର ଅନ୍ତର୍ଜାତୀୟ ବିମାନ ବନ୍ଦରର ମାନ୍ୟତା ପାଇବା ପରେ ବିମାନ ସଂଖ୍ୟା ବୃଦ୍ଧି ପାଇଛି। ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଓଡ଼ିଶା ଆସୁଛନ୍ତି ଏବଂ ଓଡ଼ିଶାରୁ ବହୁ ଯାତ୍ରୀ ବିଭିନ୍ନ ସ୍ଥାନକୁ ବିମାନସେବା ପାଉଛନ୍ତି।

Comment