ଓଡ଼ିଶାଲାଇଭ୍ ବ୍ୟୁରୋ

ଐତିହାସିକ ବାଲିଯାତ୍ରା ଉଦ୍‌ଯାପିତ ହୋଇଛି। ଦୀର୍ଘ ୧୦ ଦିନ ଧରି ହୋଇଥିବା କଟକ ବାଲିଯାତ୍ରା ରବିବାର ଶେଷ ହୋଇଛି। ଶେଷ ଦିନରେ ବାଲିଯାତ୍ରାରେ ଦେଖିବାକୁ ଲାଗିଥିଲା ଲୋକଙ୍କ ଭିଡ଼। ଶେଷ ଦିନରେ ବାଲିଯାତ୍ରା ବୁଲିବା ସାଙ୍ଗକୁ ଚଟପଟା ଖାଦ୍ୟ ଖାଇବାର ସୁଯୋଗ କେହି ହାତ ଛଡ଼ା କରିନଥିଲେ।

ବିଭିନ୍ନ ଘରକରଣା ଉପକରଣଠାରୁ ଆରମ୍ଭ କରି ଇଲେକଟ୍ରୋନିକ୍ସ ଆସବାବପତ୍ର କିଣିବାକୁ ପ୍ରତି ଷ୍ଟଲ୍‌ରେ ମାଳ ମାଳ ଲୋକଙ୍କ ଗହଳି ଲାଗିଥିଲା। ଏହାଛଡ଼ା ନାନା ପ୍ରକାର ଖାଦ୍ୟର ମଧ୍ୟ ମଜା ନେଇଥିଲେ ଦର୍ଶକେ।

ଶେଷ ଦିନରେ ବାଲିଯାତ୍ରା ପଡ଼ିଆରେ ଭିଡ଼ ଲାଗିଥିଲା ବିଦେଶୀ ପର୍ଯ୍ୟଟକଙ୍କର।

Comment