ଓଡ଼ିଶାଲାଇଭ୍‌ ବ୍ୟୁରୋ

ଢେଙ୍କାନାଳ ବେଲଟିକରିସ୍ଥିତ ସେଲଟର ହୋମରେ ଛାତ୍ରୀଙ୍କୁ ଯୌନ ନିର୍ଯାତନାକୁ ନେଇ ବିବାଦ ଥମୁନି। ଏହାକୁ ନେଇ ରାଜନୀତି ତେଜିଥିବା ବେଳେ ସେଲଟର ହୋମର ମୁଖ୍ୟ ଫୟାଜ ରେହମାନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ଢେଙ୍କାନାଳ ପୋଲିସକୁ ଅନୁମତି ମିଳିଛି।

ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଢେଙ୍କାନାଳ ପୋଲିସକୁ ଏହି ଅନୁମତି ଦେଇଛନ୍ତି। ମଙ୍ଗଳବାରଠାରୁ ରେହମାନଙ୍କୁ ରିମାଣ୍ଡରେ ନେବ ପୋଲିସ। ସେଲଟର ହୋମର ଡାଡି ଓରଫ୍ ଫୟାଜ ରେହମାନଙ୍କୁ ଅଧିକ ପଚରା ଉଚୁରା କରିବା ପାଇଁ ୩ ଦିନିଆ ରିମାଣ୍ଡରେ ନେବାକୁ ଢେଙ୍କାନାଳ ପୋଲିସ ଆବେଦନ କରିଥିଲା।

ସେଲ୍ଟର ହୋମ୍ ସିଲ୍ କରୁଛି ପୋଲିସ।

ଗୋ ନ୍ୟୁଜ ଇଣ୍ଡିଆ ଏନଜିଓ ତରଫରୁ ଢେଙ୍କାନାଳ ବେଲଟିକରି ସମେତ ୨୬ଟି ସ୍ଥାନରେ ଖୋଲିଥିଲା ସେଲଟର ହୋମ। ଅଦିବାସୀ ଛାତ୍ରଛାତ୍ରୀଙ୍କୁ ଏଠାରେ ଆଶ୍ରୟ ଦିଆଯାଇଥିଲା। ହେଲେ ବେଲଟିକରି ସେବାଶ୍ରମରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଓଡ଼ିଶା ଉଠିଥିଲା ପଡ଼ିଥିଲା।

ଢେଙ୍କାନାଳରୁ ଫୁଲନଖରାସ୍ଥିତ ସେଲଟର ହୋମ ପର୍ଯ୍ୟନ୍ତ ନିଆଁ ଜଳିଥିଲା। ଲୋକେ ଗୋ ନ୍ୟୁଜ ଇଣ୍ଡିଆ ସଂସ୍ଥା ଏବଂ ସେଲଟର ହୋମ୍‌ର ମୁଖ୍ୟ ଫୟାଜ ରେହମାନଙ୍କ ଗିରଫ ଦାବି କରିଥିଲେ। ଶେଷରେ ଫୟାଜଙ୍କୁ ଗିରଫ କରିଥିଲା ପୋଲିସ।

Comment