ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ଷା ଓ ଅନୁଭବ ପରସ୍ପରକୁ ନମସ୍କାର କରୁଥିବାର ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଓଲିଉଡ ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ଯୋଡ଼ି ବର୍ଷା ଓ ଅନୁଭବ। ପରସ୍ପର ସ୍ୱାମୀ ସ୍ତ୍ରୀ ହୋଇ ମଧ୍ୟ ଏହି ଯୋଡ଼ି ପରସ୍ପରକୁ ହାତଯୋଡ଼ି ନମସ୍କାର କାହିଁକି କରୁଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ଫଟୋକୁ ଖୋଦ୍ ଓଲିଉଡର ସୁପରଷ୍ଟାର ଅନୁଭବ ନିଜ ଅଫିସିଆଲ୍ ସୋସିଆଲ ପେଜରେ ଅପଲୋଡ କରିଛନ୍ତି ଏବଂ ଫ୍ୟାନମାନଙ୍କୁ ଏହି ଫଟୋ କେଉଁ ମୂହୁର୍ତ୍ତର ବୋଲି ଅନୁମାନ୍ ଲଗାଇବାକୁ କହିଛନ୍ତି। ଏହି ଫଟୋକୁ ପୋଷ୍ଟ କରିବାମାତ୍ରେ ଅନେକ ପ୍ରଶଂସକ ଏହାର ଉତ୍ତର ମଧ୍ୟ ଦେଇଛନ୍ତି।

ତେବେ ଏହି ଫଟୋଟି ଅଭିନେତ୍ରୀ ବର୍ଷାଙ୍କ ଆଗାମୀ ଫିଲ୍ମ ‘ନିମ୍‌କି’ର ଏକ ବିଶେଷ ମୁହୂର୍ତ୍ତର। ଯେଉଁଥିରେ ଏକ ରକ୍ତଦାନର ସିନ୍ ଅଛି ଏବଂ ବିଜେଡି ସାଂସଦ ଭାବେ ଅନୁଭବ ବର୍ଷାଙ୍କୁ ହାତ ଯୋଡ଼ି ନମସ୍କାର କରୁଛନ୍ତି।

ଆଗାମୀ ଓଲିଉଡ ପଲିଟିକାଲ ଡ୍ରାମା ଫିଲ୍ମ ‘ନିମ୍‌କି’ରେ ମୁଖ୍ୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବେଶ୍ ଦମଦାର୍ ଚରିତ୍ରରେ ନଜର ଆସିବେ। ଏହା ଏକ ନାରୀ କୈନ୍ଦ୍ରିୟ ଚଳଚ୍ଚିତ୍ର ହୋଇଥିବା ବେଳେ, ଏଥିରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ବର୍ଷାଙ୍କୁ ଦେଖିବାକୁ ମିଳିବ। ଭିନ୍ନ ଏକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ‘ନିମ୍‌କି’ର ନିର୍ଦ୍ଦେଶକ ସୁଶାନ୍ତ ମଣି ଦେଇଥିବାବେଳେ ଫିଲ୍ମର ସଙ୍ଗୀତଭାର ତୁଲାଇଛନ୍ତି ପ୍ରେମ୍ ଆନନ୍ଦ। ତେବେ ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଛି।

Comment